ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ରିଚେକିଂ ପାଇଁ ୮ ତାରିଖରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କରି ପାରିବେ ଆବେଦନ

0 499

କଟକ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାରରେ ପ୍ରକାଶ ପାଇଛି। ଏଥିରେ ୧୧ହଜାର ୪୪୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‍ହାର ରହିଛି ୪୩.୭୨ ପ୍ରତିଶତ। ଆଜି ମଧ୍ୟାହ୍ନ ଗୋଟାଏରୁ ବୋର୍ଡ ୱେବ୍‍ସାଇଟ୍‍ରେ ପରୀକ୍ଷାଫଳ ଅପ୍‍ଲୋଡ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ୮ ତାରିଖରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟ କିମ୍ବା ଜୋନ୍‍ ଅଫିସ ଗୁଡ଼ିକରେ ଆବେଦନ କରିପାରିବେ। ସେହିପରି ଚଳିତବର୍ଷର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଏଥିରେ ପାସ୍‍ ହାର ୬୩.୪୪ ହୋଇଛି। ବୁଧବାରରେ ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା
ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Leave A Reply