ଆପଣଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଏ , ବି କିମ୍ବା ସି’ରୁ ଆରମ୍ଭ ହୋଇଥିଲେ , ଜାଣନ୍ତୁ
ନ୍ୟୁମୋରଲଜି ଅନୁସାରେ ନାମରେ ଥିବା ଅକ୍ଷରରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣା ପଡିଥାଏ । ଅମିର ଖାନ୍ଙ୍କ ନାମ ହେଉ କି ଭିଖାରୀ ବଳଙ୍କର ନାମ ସମସ୍ତେ ଜଣେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ତେବେ
ଆପଣଙ୍କ ବ୍ୟକ୍ତିତ୍ୱ କଅଣ ହୋଇପାରେ ଇଂରାଜୀ ଅକ୍ଷର ଏ , ବି କିମ୍ବା ସି ରୁ ଆରମ୍ଭ ହୋଇଥିଲେ । କେତକ ଅଧ୍ୟୟନରୁ ଏ ବିଷୟରେ ଜଣା ପଡିଛି । ମାତ୍ର କେତକ କ୍ଷେତ୍ରରେ ବି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।
ଇଂରାଜୀ ଅକ୍ଷର ଏ –
ଇଂରାଜୀ ଅକ୍ଷର ଏରୁ ଆରମ୍ଭ ହୋଇଥିଲେ ଲାଜକୁଳା ଲୋକଙ୍କ ପ୍ରତି ଆକୃଷ୍ଟ ହୋଇଥାଆନ୍ତି । ଏ ରୁ ନାମ ଆରମ୍ଭ ହୋଇଥିବା ଲୋକ ଭଲ ନେତୃତ୍ୱ ନେଇ ପାରିବେ । ଲୋକମାନେ ବି ଆପଣଙ୍କୁ ଅନୁକରଣ କରିଥାଆନ୍ତି । ଏହି ଲୋକମାନେ ଚେଷ୍ଚା କଲେ ଭଲ ପାଠ ପଢି ପାରନ୍ତି । ଏହି ଲୋକମାନେ ସାମାଜିକ । ଏମାନେ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଚେଷ୍ଟା କରନ୍ତି ।
ଇଂରାଜୀ ଅକ୍ଷରୁ ବି –
ଇରାଜୀ ଅକ୍ଷର ବି ନାମ ଆରମ୍ଭ ହୋଇଥିବା ଲୋକ ଅନ୍ୟମାନଙ୍କୁ ସ୍ନେହ କରିଥାଆନ୍ତି । ବେଳେ ବେଳେ ଏମାନେ ଯେସାକୁ ତେସା ଆଚରଣ କରିଥାଆନ୍ତି । ଏମାନେ ସାଧାରଣତଃ ଦୟାଳୁ । ଏମାନେ ଦାନ ଧର୍ମ ବେଶୀ କରିବାର ସମ୍ଭାବନା ରହିଥାଏ । ବି ଅକ୍ଷର ଲୋକ ପରିବାର ଓ ସାଙ୍ଗଙ୍କ ସହ ରହିବା ପାଇଁ ଅଧିକ ପସନ୍ଦ କରନ୍ତି ।
ଇଂରାଜୀ ଅକ୍ଷର ସି –
ଇଂରାଜୀ ସି ନାମଧାରୀ ଲୋକ ବେଶ୍ କୁଶଳୀ । ଏମାନେ ପ୍ରତିଦ୍ୱନ୍ଦୀତା କରିବା ପାଇଁ ଭଲ ପାଆନ୍ତି । ସି ନାମଧାରୀ ଲୋକ ବେଶ୍ ସଫଳ । ଏମାନେ ବିଶ୍ୱସ୍ତ ମାତ୍ର ସବୁବେଳେ ସାଧୁ –! ଏମାନେ ଅନେକ ଗୁଣର ଅଧିକାରୀ । ଏମାନେ ଭଲ କଥା କହି ପାରନ୍ତି । ଭାଷଣ ଦେଇ ଅନ୍ୟଙ୍କୁ ପ୍ରଭାବିତ ବି କରି ପାରନ୍ତି ।