ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲାରେ ବିଶେଷ ପ୍ରସ୍ତୁତି ହୋଇଛି ।
ଜିଲ୍ଲାର ଭଦ୍ରକାଳୀ ସାହି, ଆହରପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମହାଯଜ୍ଞ ଗୀତା ଯଜ୍ଞ ହେବା ସହ ଦୀପାବଳିଠାରୁ
କାଳୀପୂଜା ଅନୁଷ୍ଠିତ ହେବ । ଘଟସ୍ଥାପନ, ଶୁଭାଧିବାସ, ମଙ୍ଗଳଆଳତୀ ହୋଇ ମାଆଙ୍କୁ ବେଦମାତା, ସପ୍ତମାତୃକା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ ଓ ମହାଲକ୍ଷ୍ମୀ ବେଶରେ ସୁସଜ୍ଜିତ କରାଯିବ । ଜିଲ୍ଲାରେ ୬୦ ରୁ ଊଦ୍ଧ୍ୱର୍ ମୃଣ୍ମୟୀ କାଳୀପ୍ରତିମା ମେଢଗୁଡ଼ିକରେ
ସୁଉଚ୍ଚ ତୋରଣ ସାଙ୍ଗକୁ ପାରମ୍ପରିକ ନୀତିକାନ୍ତିରେ ପୂଜାର୍ଚ୍ଚନା ହେବ ।
ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି । ସେହିଭଳି କାଳୀପୂଜା ପାଇଁ କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କଟକ ଡିସିପି ସୂଚନା ଦେଇଛନ୍ତି, କାଳୀପୂଜା ପାଇଁ କଟକର ବିଭିନ୍ନ ସ୍ଥାନରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ୬ ଜଣ ଅତିରିକ୍ତ ଡିସିପିଙ୍କ ସହ ୩୦୦ ପୋଲିସ ଅଧିକାରୀ ଏହାର ତଦାରଖ କରିବେ । ଚଳିତ ବର୍ଷ
କଟକରେ ୨୫ଟି ସୁନା ଓ ଚାନ୍ଦି ମେଢ଼ ସହ ମୋଟ୍ ୯୦ଟି କାଳୀ ମେଢ଼ ହେଉଛି ।
Comments are closed, but trackbacks and pingbacks are open.