ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ପୀଠରେ ନିରାଡମ୍ବର ଭାବେ କାଳୀପୂଜା ଆରମ୍ଭ

0 79

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ପୀଠରେ ନିରାଡମ୍ବର ଭାବେ କାଳୀପୂଜା ଆରମ୍ଭ ହୋଇଛି । ଘଟସ୍ଥାପନ, ଶୁଭାଧିବାସ, ମଙ୍ଗଳଆଳତୀ, ଦ୍ୱାରପାଳପୂଜା, ସୂର୍ଯ୍ୟପୂଜୀ, ନିତିକାନ୍ତି ସ୍ଥାପନ ହେବା ସହ ଭଦ୍ରକାଳୀଙ୍କୁ ଆଜି ବେଦମାତା ବେଶରେ ସଜିତ କରାଯାଇଥିବାବେଳେ ଜିଲ୍ଲାର ପୁରାତନ କୁଣ୍ଡିକାଳୀପୀଠ, ଦକ୍ଷିଣେଶ୍ୱର କାଳୀ, ଚରମ୍ପାର ପଥର କାଳୀ, ଆରଡିର ଶ୍ୟାମାକାଳୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଛି ।

ବିଶେଷକରି ଭଦକ୍ର ପୌରାଞ୍ଚଳ ସମେତ ୭ଟି ବ୍ଲକରେ ୫୦ରୁ ଊଦ୍ଧ୍ୱର୍ ୪ଫୁଟ ମଧ୍ୟରେ କାଳୀମେଢ଼ ସ୍ଥାନ ପାଇଛି । ପବିତ୍ର ଦୀପାବଳି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦାୟିତ୍ୱପୂର୍ଣ୍ଣ ଆଚରଣ
ସହ ଏହି ଉତ୍ସବ ପାଳନ କରିବାକୁ ରାଜ୍ୟପାଳ ଅନୁରୋଧ କରିଥିବାବେଳେ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡ଼ିଶାର ଗୌରବକୁ ନୂତନ ଶିଖରରେ
ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।


ଏହି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇବା ସହ ଦୀପାବଳୀରେ ସମସ୍ତେ ନିଜର ଜ୍ଞାନ ଏବଂ କୌଶଳକୁ ଅନ୍ୟମାନଙ୍କ ସହ ବାଣ୍ଟିବା ତଥା ସ୍କୁଲ ପିଲାମାନଙ୍କୁ ବିଦ୍ୟାଦାନ ପାଇଁ ବିଦ୍ୟାଞ୍ଜଳିରେ ଯୋଡ଼ି ହେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ନିବେଦନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଦୀପାବଳୀର ଶୁଭ ଅବସରରେ ସମସ୍ତେ କିଛି କିଛି ଦେବାରେ ଖୁସି ଅନୁଭବ କରିଥାନ୍ତି । ସବୁ ଧର୍ମରେ ଦାନର ପ୍ରଥା ରହିଛି । ଏହି ଅବସରରେ ପିଲାମାନଙ୍କୁ ବିଦ୍ୟାଦାନ ଦେବାରେ
ଅଧିକ ଖୁସିର କଥା କିଛି ହୋଇନପାରେ ବୋଲି ସେ କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ବିଦ୍ୟାଳୟକୁ ବାଛି ଏଠାରେ ଗୋଟିଏ ପିରିୟଡ ପିଲାମାନଙ୍କୁ ବିଦ୍ୟାଦାନ କରିପାରିବେ । ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ରେ ବ୍ୟବସ୍ଥା କରାଯାଇଛି ।

ବିପୁଳ ଆନନ୍ଦ ଓ ଉଲ୍ଲାସର ସହ ପବିତ୍ର ଦୀପାବଳି ଉତ୍ସବ ଆ ସାରା ଦେଶରେ ପାଳିତ ହେଉଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଧର୍ମପୀଠ ଗୁଡ଼ିକରେ କଟକଣା ଜାରି କରିଛନ୍ତି । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ନିକଟରେ କାଉଁରିଆ ନଜଳାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହିତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ତେବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ସାମାଜିକ ଦୂରତା ରକ୍ଷାକରି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ପୟାଶ୍ରାଦ୍ଧ ଦେଉଛନ୍ତି । ପାରମ୍ପରିକ ରୀତିମତେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ହଳମୂଷଳ ଆଦି ଆୟୁଦ୍ଧଗୁଡ଼ିକୁ ପୂଜା କରାଯାଉଛି । କାଳୀପୂଜା ପାଇଁ ବୀରଗୋବନ୍ଦିପୁରର ମା’ ଦକ୍ଷିଣକାଳୀ ପୀଠ, ବୀର ପ୍ରତାପପୁରର ମା’ କାମାରୂପା ପୀଠ ଓ ସମଯାଜପୁରର ମା’ ଉଗ୍ରତାରା ପୀଠରେ ଆଜି ଓ ଆସନ୍ତା କାଲି ପାଇଁ ଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ତେବେ ଠାକୁରାଣୀଙ୍କ ନୀତିକାନ୍ତି ପାରମ୍ପରିକ ରୀତିମତେ ଜାରି ରହିଛି ।

Leave A Reply