ଏନ୍.ଆଇ.ଟି. ଆଇ.ଆଇ.ଟି., ଏସ୍.ପି.ଏ. ଏବଂ ଅନ୍ୟ ସି.ଏଫ୍.ଟି.ଆଇ. ଗୁଡ଼ିକରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ ୭୫ପ୍ରତିଶତରୁ ଅଧିକ ନମ୍ବର ରଖିବାର ଯୋଗ୍ୟତା ମାନଦଣ୍ଡକୁ ପରବର୍ତ୍ତୀ ୨୦୨୧-୨୦୨୨ ଶିକ୍ଷା ବର୍ଷ ପାଇଁ ସମ୍ପୂର୍ଣ୍ଣ ଭାବେ କୋହଳ କରାଯାଇଛି । ଆଇ.ଆଇ.ଟି. ଜେଇଇ (ଆଡଭାନ୍ସ) ସଂକ୍ରାନ୍ତରେ ଏବଂ ବିଗତ ଶିକ୍ଷା ବର୍ଷରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।