କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ୧୦ ଆହତ

0 868

ସୁନ୍ଦରଗଡ଼ — ୨୨।୦୨। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ଆଜି ଏକ ଅଘଟଣ ଘଟିଛି। ଶିବରାତ୍ରି ଅବସରରେ ଦର୍ଶନପାଇଁ ଯାଉଥିବାବେଳେ ମନ୍ଦିର ପାଖରେ ପଥର ଖସିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି।

 

ସେମାନଙ୍କୁ ପ୍ରଥମେ ହାତୀବାରି  ପ୍ରାଥମିକ ଚିକିତ୍ସାଳୟରେ ଆଶୁ ଚିକିତ୍ସା କରାଯିବା ପରେ ଆର୍‍.ଜି.ଏଚ୍‍.କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପଥର ଖସିବା ସ୍ଥଳରେ ଆଉ କିଛି ଭକ୍ତ ଫସି
ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ୍‍ ସହ ୬ଟି ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

Leave A Reply