ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ଲିମିଟେଡ୍ର ୭୪୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୨ ନଭେମ୍ବର ୧୧ରେ ଖୋଲିବ
ଭୁବନେଶ୍ୱର: ଆଇନକ୍ସ ୱିଣ୍ଡ୍ ଲିମିଟେଡ୍ର ସହାୟକ କଂପାନି ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ଲିମିଟେଡ୍ର ୭୪୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ) ୨୦୨୨ ନଭେମ୍ବର ୧୧ରେ ଖୋଲିବ ।
ଏହି ଆଇପିଓରେ ସାମିଲ ରହିଛି ୩୭୦ କୋଟି ଟଙ୍କାର ନୂଆ ସେୟାର୍ ଇସ୍ୟୁ ଏବଂ ୩୭୦ କୋଟି ଟଙ୍କାର ଅଫର୍ ଫର୍ ସେଲ୍ । ଏହି ପବ୍ଲିକ୍ ଇସ୍ୟୁ ୨୦୨୨ ନଭେମ୍ବର ୧୫ରେ ବନ୍ଦ ହେବ ।
ଏହି ଆଇପିଓରେ ଇକ୍ୱିଟି ସେୟାର୍ ପିଛା ଦାମ୍ ୬୧ ଟଙ୍କାରୁ ୬୫ ଟଙ୍କା ମଧ୍ୟରେ ରହିବ । ସର୍ବନିମ୍ନ ୨୩୦ଟି ଇକ୍ୱିଟି ସେୟାର୍ ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୨୩୦ଟି ଇକ୍ୱିଟି ସେୟାର୍ର ଗୁଣିତକ ହିସାବରେ ଅଧିକ ସେୟାର୍ ଯୋଡ଼ି ହେବ । ଆଙ୍କର୍ ନିବେଶକମାନେ ୨୦୨୨ ନଭେମ୍ବର ୧୦ରେ ବିଡ୍ ଦାଖଲ କରିପାରିବେ ।
ଏହି ଇସ୍ୟୁରେ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କଂପାନି ଗ୍ରହଣ କରିଥିବା ବିଭିନ୍ନ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ସିକ୍ୟୁରଡ୍ ଏନ୍ସିଡିକୁ ସମ୍ପୂର୍ଣ୍ଣ ରିଡିମ୍ କରିବା ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ । କଂପାନି ଷ୍ଟକ୍ ଏକ୍ସଚେଂଜ୍ରେ ଏହାର ଇକ୍ୱିଟି ସେୟାର୍କୁ ତାଲିକାଭୁକ୍ତ କରିବାର ଲାଭ ହାସଲ କରିବ ।
ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ଲିିମିଟେଡ୍ ହେଉଛି ଭାରତର ଏକ ପ୍ରମୁଖ ପବନ ଶକ୍ତି ଏବଂ ରକ୍ଷଣାବେକ୍ଷଣ ସେବା ପ୍ରଦାନକାରରୀ କଂପାନି ଯାହାକୁ ୨୦୧୨ରେ ସ୍ଥାପନ କରାଯାଇଛି । କଂପାନି ପବନ ଟର୍ବାଇନ୍ ଜେନେରେଟର୍ ପାଇଁ ଦୀର୍ଘମିଆଦୀ ରକ୍ଷଣାବେକ୍ଷଣ ସେବା ପ୍ରଦାନ କରୁଛି । ଦୀର୍ଘମିଆଦୀ ଚୁକ୍ତିରୁ କଂପାନିର ସ୍ଥାୟୀ ଆୟ ରହିଛି । ଆଇନକ୍ସ ୱିଣ୍ଡ୍ ଲିମିଟେଡ୍ର ଏହା ଏକ ସହାୟକ କଂପାନି ଯାହା ହେଉଛି ଆଇନକ୍ସ ଜିଏ୍ଫଏଲ୍ ଗ୍ରୁପ୍ ଅଫ୍ କଂପାନିଜର ଏକ ଅଂଶ । ୨୦୨୨ ଜୁନ୍ ୩୦ ସୁଦ୍ଧା ଆଇନକ୍ସ ଗ୍ରିନ୍ର ଓଆଣ୍ଡ୍ଏମ୍ ସେବା ଅଧୀନରେ ୨୭୯୨ ମେଗାୱାଟ୍ର ଫାମ୍ର୍ କ୍ଷମତା ଏବଂ ୧୩୯୬ ୱିଣ୍ଡ୍ ଟର୍ବାଇନ୍ ଜେନେରେଟର୍ ରହିଛି । ଭାରତର ଆଠଟି ପବନ ଶକ୍ତି ପ୍ରକଳ୍ପ ଥିବା ପ୍ରମୁଖ ରାଜ୍ୟରେ ୨୦ ବର୍ଷିଆ ଅବଧି ପାଇଁ ଏହାର ଚୁକ୍ତି ରହିଛି । କଂପାନି ସ୍ୱାଧୀନ ବିଦ୍ୟୁତ ଉତ୍ପାଦନକାରୀ (୭୨%), ରାଷ୍ଟ୍ରାୟତ ଉଦ୍ୟୋଗ (୧୪%) ଏବଂ କର୍ପୋରେଟ (୧୪%)ଙ୍କୁ ସେବା ପ୍ରଦାନ କରୁଛି ।
ଏହି ଅଫର୍ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଏଡେଲ୍ୱିସ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜସ୍ର୍ ଲିମିଟେଡ୍, ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଏବଂ ସିଷ୍ଟମେଟିକ୍ସ କର୍ପୋରେଟ୍ ସର୍ଭିସେସ୍ ଲିମିଟେଡ୍ ।
Comments are closed, but trackbacks and pingbacks are open.