ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି

148

ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳରେ କିପରି ରୋଜଗାର ସୃଷ୍ଟି ହେବ ସେ ନେଇ ସରକାର ତତ୍ପର ଅଛନ୍ତି । ତେଣୁ ବିଧାୟକ ମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା ଇକୋ ଟୁରିଜିମ ସମ୍ପର୍କିତ କୌଣସି ପ୍ରକଳ୍ପ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କୁ ଉତ୍ସାହିତ କରନ୍ତୁ । ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି । ବିଧାୟକ ଧୃବ ସାହୁଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଆଜି ବିଧାନସଭାରେ ଶ୍ରୀ ଦେବ କହିଛନ୍ତି କୌଣସି ସ୍ଥାନରେ ଯଦି କେହି ଇକୋ ଟୁରିଜିମ ପାଇଁ କୌଣସି ଇକୋ ରିସାର୍ଟ ଆଦି ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ସେମାନଙ୍କୁ ପ୍ରଥମେ ସେମାନଙ୍କର ଯୋଜନା ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ପଡିବ ।

ଏଠାରେ ବ୍ୟୟ ଅଟକଳ ଏବଂ କେତେ ଲୋକଙ୍କୁ ରୋଜଗାର ମିଳିବ ସେ ସବୁ ଏଥିରେ ଆଦିର ଉଲ୍ଲେଖ ରହିଥିବା ଆବଶ୍ୟକ । ବିଭାଗ ଏହାକୁ ତର୍ଜମା କରିବା ପରେ ଯଦି ପ୍ରକଳ୍ପର ମୂଲ୍ୟ ୫୦ କୋଟିରୁ ଉଦ୍ଧ୍ୱର୍ ହୋଇଥିବ ତେବେ ତାକୁ ସିଙ୍ଗଲ ୱିଣ୍ଡୋରେ ଓ ୫୦ କୋଟିରୁ କମ ହୋଇଥିଲେ ଜିଲାପାଳଙ୍କ ନିକଟରେ ଏହାକୁ ଅନୁମୋଦନ ଦିଆ ଯାଇ ସମସ୍ତ ସୁବିଧା ସୁଯୋଗ
ଯୋଗାଇ ଦିଆ ଯିବ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.