ବିଧାୟକଙ୍କ ବ୍ୟାଟ ମାଡ଼ରେ ଲହୁଲୁହାଣ ଅଧିକାରୀ ଆଇସିୟୁରେ ଭର୍ତ୍ତି
ଇନ୍ଦୋର: ଭାରତୀୟ ଜନତା ପାର୍ଟିର ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ବ୍ୟାଟ ମାଡ଼ରେ ଲହୁଲୁହାଣ ପୌରପାଳିକାର ଅଧିକାରୀଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ପଲାସିଆ ଅଂଚଳରେ ଥିବା ପୌରପାଳିକାସ୍ଥିତ ଘରୋଇ ହସ୍ପିଟାଲର ଡାକ୍ତର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ହସ୍ପିଟାଲର ଡାକ୍ତର କହିଛନ୍ତି, ପୌରପାଳିକାର ଭବନ ନିରୀକ୍ଷକ ଧିରେନ୍ଦ୍ର ସିଂହ ବାୟସ (୪୬)ଙ୍କ ରକ୍ତଚାପ ବଢ଼ିବା ନେଇ ଅଭିଯୋଗ ପରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତର କହଛନ୍ତି, ରୋଗୀଙ୍କର ଅବସ୍ଥା ସ୍ଥିର ଅଛି ।