ମଙ୍କିପକ୍ସ ରୋଗ ଆତଙ୍କ -ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା

164

ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିଛି । ବିଶ୍ୱରେ ସବୁଠାରୁ ଆମେରିକାରେ ଅଧିକ ଲୋକଙ୍କୁ ମଙ୍କିପକ୍ସ ସଂକ୍ରମଣ ହୋଇଥିବାର ଜଣାପଡ଼ିଛି । ସେ ଦେଶର ସ୍ୱାସ୍ଥ୍ୟ ଓ ମାନବୀୟ ସେବା ମନ୍ତ୍ରୀ ଜାଭିଏର୍‍ ବେସେରା କହିଛନ୍ତି, ଏହି ଭୂତାଣୁକୁ ମୂଳପୋଛ କରିବା ପାଇଁ ଆମେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ରହିଛୁ ଏବଂ ପ୍ରତ୍ୟେକ ନାଗରିକମାନେ ମଙ୍କିପକ୍ସକୁ ଏକ ଗୁରୁତର ରୋଗ ବୋଲି ବିବେଚନା କରି ଏହି ଭୂତାଣୁକୁ ମୁକାବିଲା କରିବା ପାଇଁ ସରକାରଙ୍କୁ ସାହାଯ୍ୟ କରିବା ଦିଗରେ ଦାୟିତ୍ୱ ବହନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

ଆମେରିକାରେ ୬ହଜାରରୁ ଅଧିକ ମଙ୍କିପକ୍ସ ମାମଲା ଦୁଇ ମାସ ଭିତରେ ଠାବ କରାଯାଇଛି, ଯାହାକି ବିଶ୍ୱର ଯେକୌଣସି ଦେଶ ତୁଳନାରେ ଅଧିକ ବୋଲି କୁହାଯାଉଛି । ଏହି ଜରୁରୀକାଳୀନ ସ୍ଥିତି ପ୍ରଥମେ ୯୦ ଦିନ ପାଇଁ ବଳବତ୍ତର ରହିବ ଏବଂ ଆବଶ୍ୟକ ପଡ଼ିଲେ ଆଗକୁ ବୃଦ୍ଧି କରାଯିବ ।

Comments are closed, but trackbacks and pingbacks are open.