ଆଇ.ଏ.ଏସ୍‍. ସ୍ତରରେ ଅଦଳବଦଳ

0 1,617

ଭୁବନେଶ୍ୱର – ରାଜ୍ୟ ସରକାର ଆଇ.ଏ.ଏସ୍‍. ସ୍ତରରେ କେତେକ ଅଦଳବଦଳ କରି ୧୭ଜଣ ଆଇ.ଏ.ଏସ୍‍. ଓ ଆଇ.ପି.ଏସ୍‍.ଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉନ୍ନୟନ କମିଶନର ଅସିତ୍‍ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଭାବେ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି । ଅସିତ୍‍ ତ୍ରିପାଠୀ ମଧ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ସେହିପରି କେବିକେ ମୁଖ୍ୟ ପ୍ରଶାସକ ଦୁଦର୍ଶନ ପାଲ ଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡାଇରେକ୍ଟର ଜେନେରାଲ୍‍ ଭାବେ ବଦଳି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ସଚିବ ଆର୍‍. ରଘୁ ପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସହ ଅତିରିକ୍ତ ଦାୟିତ୍ୱ ଭାବେ ଓମେଫଡ୍‍ ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ମତ୍ସ୍ୟ ଓ ପଶୁସମ୍ପଦ ସଚିବ ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ବିଜ୍ଞାନ ଓ କାରିଗରୀ  କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

Leave A Reply