ନୂଆଦିଲ୍ଲୀ – ବେଳେ ବେଳେ ଆପଣଙ୍କ ଆଧାର କାର୍ଡରେ ଥିବା ସଂଖ୍ୟାକୁ କେହିବି ଦୁରୁପଯୋଗ କରିପାରନ୍ତି । ଏବେ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟରେ ଆଧାର ନମ୍ବରକୁ ଲିଙ୍କ କରାଯାଉଛି । ଏବେ ଆଧାର ସହ ବ୍ୟାଙ୍କ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ବି ରହୁଛି । କୌଣସି କାରଣରୁ ଡାଟା ବା ତଥ୍ୟ ଲିକ୍ ହୋଇ ଗଲେ କିମ୍ବା ପ୍ରଘଟ ହୋଇ ଗଲେ ଏହେ ଖରାପ ପ୍ରଭାବ ପକାଇ ପାରେ । ଏହା ସମସ୍ୟାକୁ ଧ୍ୟାନରେ ରଖି ୟୁଆଇଡିଏଆଇ ଏକ ନୂଆ ଫିଚର ଜାରି କରିଛନ୍ତି । ଏହାକୁ ଆଧାର ଥିବା ଲୋକ ଲକ୍ ଓ ଅନଲକ୍ କରି ପାରିବେ ।
ଏହି ଫିଚର ମଧ୍ୟମରେ ଡାଟା ବା ତଥ୍ୟ ସୁରକ୍ଷିତ ରହିବ । ଆଧାର କାର୍ଡର ଦୂରୁପଯୋଗ ବା ଖରାପ ବ୍ୟବହାର ହୋଇ ପାରିବ ନାହିଁ । ଏହା ଡିଜିଟାଲ୍ ତାଲା ପରି କାମ କରିବ । ଅଲଗା ଲୋକ ଏହାକୁ ଅନଲକ୍ କରିପାରିବେ ନାହିଁ ।
ହାକର୍ସ ବି ବିନା ଅନୁମତିରେ ଆଧାର ଭେରିଫିକେସନ୍ କରି ପାରିବେ ନାହିଁ । ଏହି ଫିଚରର ଉପଯୋଗ ଲୋକମାନେ ନିଜର ଅଧାରରେ ପଞ୍ଜିକୃତ ବା ରେଜିଷ୍ଟ୍ରେଡ୍ ନମ୍ବରରେ କରିପାରିବେ । ତେବେ ଜାଣନ୍ତୁ କିପରି ଆଧାରକୁ ଲକ୍ କରିପାରିବେ ।
ଏମିତି ତରନ୍ତୁ ଆଧାରକୁ ଲକ୍
୧. ଆଧାର ନମ୍ବର ଲକ୍ କରିବା ପାଇଁ କାର୍ଡଧାରୀ 1947 କୁ GETOTP ଲେଖିକରି ଏସ୍ଏମ୍ଏସ୍ ପଠାନ୍ତୁ । ଏହାପରେ ଏକ ଓଟିପି ଆପଣଙ୍କ ମୋବାଇଲ୍ ନମ୍ବରରୁ ଆସିବ ।
୨. ଓଟିପି ମିଳିବା ପରେ ଆପଣଙ୍କୁ LOCKUID ଆଧାର ନମ୍ବର ଲେଖି ପୁଣିଥିଲେ 1947 ନମ୍ବରରେ ଏସ୍ଏମ୍ଏସ୍ କରିବାକୁ ପଡିବ ।
କେମିତି କରିବେ ଅନ୍ଲକ୍
୧. ଆଧାର ନମ୍ବରକୁ ଅନ୍ ଲକ୍ କରିବା ପାଇଁ କାର୍ଡଧାରୀ 1947 କୁ GETOTP ଲେଖିକରି ଏସ୍ଏମ୍ଏସ୍ ପଠାନ୍ତୁ । ଏହାପରେ ଏକ ଓଟିପି ଆପଣଙ୍କ ମୋବାଇଲ୍ ନମ୍ବରରୁ ଆସିବ ।
୨ଓଟିପି ମିଳିବା ପରେ ଆପଣଙ୍କୁ .UNLOCKUID ଆଧାର ନମ୍ବର ଲେଖି ପୁଣିଥିଲେ 1947 ନମ୍ବରରେ ଏସ୍ଏମ୍ଏସ୍ କରିବାକୁ ପଡିବ ।
ଏପରି କଲେ ଆପଣଙ୍କ ଆଧାର କାର୍ଡ ସୁରକ୍ଷିତ ରହିବ