ହୋମ୍‌ଟାଉନ ପକ୍ଷରୁ ଆକର୍ଷଣୀୟ ଇୟର ଏଣ୍ଡ୍ ସେଲ୍

0 2,146

ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମଷ୍ଟାର, ହୋମ୍‌ଟାଉନ ଲୋକପ୍ରିୟ “ଇୟର ଏଣ୍ଡ୍ ସେଲ୍” ପୁଣିଥରେ ଭୁବନେଶ୍ୱର, ସତ୍ୟନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନାରେ ଥିବା ଏହାର ଷ୍ଟୋର୍କୁ ବଡ ଧମାକା ସହ ଫେରିଆସିଛି। ଏହି ହୋମ୍ ଟାଉନ୍ ଷ୍ଟୋର୍ ଭାରତରେ କମ୍ପାନୀର ସର୍ବବୃହତ୍ ଷ୍ଟୋର୍ ମଧ୍ୟରୁ ଅନ୍ୟତ୍ତମ; ଏହି ଷ୍ଟୋର୍ଟି ୩୫,୦୦୦ ବର୍ଗଫୁଟ୍ ପରିମିତ ଅଂଚଳରେ ବ୍ୟାପି ରହିଥିବାବେଳେ ଏଠାରେ ଆଧୁନିକ ଆସବାବପତ୍ର, ହୋମଓୟାର, ଇଲେକ୍ଟ୍ରୋନିକ୍ସ, ମଡ୍ୟୁଲାର କିଚେନ୍ ଓ ମଡ୍ୟୁଲାର ୱାରଡ୍ରବସ ଆଦିରେ ଟ୍ରେଣ୍ଡି ଡିଜାଇନ୍ର ବ୍ୟାପକ ସଂଗ୍ରହ ଗୋଟିଏ ଛାତ ତଳେ ମହଜୁଦ୍ ରହିଛି। ଏହି ଷ୍ଟୋର ଆହୁରି ମଧ୍ୟ ସ୍ୱତନ୍ତ୍ର ଏଣ୍ଡ-ଟୁ-ଏଣ୍ଡ ଇଂଟେରିୟର ଡିଜାଇନ୍, ପ୍ରୋଜେକ୍ଟ ଏକ୍ଜିକ୍ୟୁସନ୍ ସର୍ଭିସ୍ ଡିଜାଇନ୍ ଓ ବିଲ୍ଡ ଆଦିର ସୁବିଧା ପ୍ରଦାନ କରୁଛି। ଯାହାଫଳରେ ଗ୍ରାହକମାନେ ନିଜ ଘର ଡିଜାଇନ୍ କରିବା ପାଇଁ ଏହାର ଲାଭ ଉଠାଇପାରିବେ।
ଆସବାବପତ୍ର କଲେକ୍ସନରେ ଅତୁଳନୀୟ ଅଫର୍ ସହ ଏହି ହୋମ୍ଟାଉନ୍ ଷ୍ଟୋର୍ରେ ପାରମ୍ପରିକଠାରୁ ଆରମ୍ଭ କରି ଆଧୁନିକ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଡିଜାଇନ୍କୁ ସୁଟ୍ କରୁଥିବା ଲିଭିଙ୍ଗ୍ ରୁମ୍, ଡାଇନିଂ ରୁମ୍, ବେଡ୍‌ରୁମ୍ ଫର୍ଣ୍ଣିଚର୍ର ବ୍ୟାପକ ତଥା ବହୁମୁଖୀ ରେଞ୍ଜ ଉପଲବ୍ଧ ରହିଛି। ଏହି ଷ୍ଟୋର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ଫର୍ଣ୍ଣିଚର୍ର ଏକ ବ୍ୟାପକ କଲେକ୍ସନ ଉପଲବ୍ଧ କରୁଛି।
କମ୍ ଅର୍ଥ ପଇଠ କରନ୍ତୁ ଏବଂ ହୋମ୍‌ଟାଉନ ଅତୁଳନୀୟ ହୋମ୍ୱେୟାର କଲେକ୍ସନରେ ଅଧିକ କିଛି ପାଆନ୍ତୁ, ଯାହାକି ଆନ୍ତର୍ଜାତୀୟ ଟ୍ରେଣ୍ଡ୍ର ଆଧୁନିକ ଡେକର୍, ଫର୍ଣ୍ଣିସିଙ୍ଗ୍, ଟେବୁଲଓୟାର, ଗ୍ଲାସ୍ଓୟାର, କୁକ୍ଓୟାର ଓ କିଚେନ୍ ଏସେନ୍ସିଆଲ୍ସ ପ୍ରଦାନ କରୁଛି। ଡେକୋର୍ ଓ ହୋମ୍ ଫ୍ୟାସନ୍ରେ ୫୦୦୦ରୁ ଅଧିକ ଡିଜାଇନ୍ ସହ ଏହି ଷ୍ଟୋର ଘରର ପ୍ରତ୍ୟେକଟି କୋଣ ଅନୁକୋଣ ପାଇଁ କିଛି ସ୍ୱତନ୍ତ୍ର ସାମଗ୍ରୀ ଉପଲବ୍ଧ ରଖିଛି।
ଏଥିସହିତ ହୋମ୍‌ଟାଉନର ମଡ୍ୟୁଲାର୍ ସର୍ଭିସ୍ କିଚେନ୍ ଓ ୱାରଡ୍ରବସ ପାଇଁ କଷ୍ଟମାଇଜ୍ଡ ମଡ୍ୟୁଲାର ସଲ୍ୟୁସନ୍ସ ପ୍ରଦାନ କରୁଛି, ଯେଉଁଠାରେ ଗ୍ରାହକମାନେ ଇନ୍-ହାଉସ୍ ଡିଜାଇନର୍ଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦୦ରୁ ଅଧିକ ଷ୍ଟାଇଲ୍ ଓ ଡିଜାଇନ୍ରୁ ଚୟନ କରିପାରିବେ। ହୋମ୍‌ଟାଉନ ମଡ୍ୟୁଲାର କିଚେନ୍ର ଇନ୍-ହାଉସ୍ ବ୍ରାଣ୍ଡ୍ ଓ ଡ୍ୟୁରାକ୍ୟୁସିନ୍ ଆଦିରେ ୫ ବର୍ଷର ସର୍ବନିମ୍ନ ୱାରେଂଟି ସହ ମାଗଣା ସର୍ଭିସ୍ କ୍ୟାମ୍ପ ସୁବିଧା ପ୍ରଦାନ କରୁଛି। ହୋମ୍ଟାଉନ୍ ଦେଶବ୍ୟାପୀ ବର୍ତ୍ତମାନସୁଦ୍ଧା ସଫଳତାର ସହ ୫୦,୦୦୦ରୁ ଅଧିକ କିଚେନ୍ ଡିଜାଇନ୍ କରିଛି। ଏହି ବ୍ରାଣ୍ଡ ଡିଜାଇନ୍ ଓ ବିଲ୍ଡ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସେବା ମଧ୍ୟ ପ୍ରଦାନ କରୁଛି ଯେଉଁଥିରେ ଘରଗୁଡିକ ପାଇଁ ଏଣ୍ଡ-ଟୁ-ଏଣ୍ଡ୍ କଷ୍ଟମାଇଜ୍ଡ ଇଂଟେରିୟର ଡିଜାଇନ୍ ଓ ଏକ୍ଜିକ୍ୟୁସନ୍ ସଲ୍ୟୁସନ୍ସ ଆଦି ସାମିଲ ରହିଛି। ଗ୍ରାହକମାନେ ହୋମ୍‌ଟାଉନ ଏକ ସମ୍ପୂର୍ଣ୍ଣ ପ୍ରକଳ୍ପ ପରିଚାଳନା ଟିମ୍ ସହ ଇନ୍-ହାଉସ୍ ଇଂଟେରିୟର ଡିଜାଇନର୍ଙ୍କଠାରୁ ପର୍ସନାଲାଇଜ୍ଡ ଡିଜାଇନ୍ ସଲ୍ୟୁସନ୍ ସୁବିଧା ପାଇପାରିବେ।
ଫ୍ୟୁଚର ଗ୍ରୁପ୍ର ଏକ ଅଂଶଭାବେ ହୋମ୍‌ଟାଉନ ଭାରତରେ ୨୩ଟି ସହରରେ ୫୧ଟି ଷ୍ଟୋର୍ ରହିଛି ଏବଂ ଦେଶବ୍ୟାପୀ ୭୦ ଲକ୍ଷରୁ ଅଧିକ ଗ୍ରାହକ ଷ୍ଟୋର୍ର ଏହି ଆକର୍ଷଣୀୟ ଅଫର୍ର ଲାଭ ଉଠାଇପାରିବେ। ଏହି ବ୍ରାଣ୍ଡ ନିଜର ବେଷ୍ଟ ଇନ୍ କ୍ଲାସ୍ ଗ୍ରାହକ ଅଭିଜ୍ଞତା ଏବଂ ମାଗଣା ଡେଲିଭରି, ସେମ୍ ଡେ ଇନ୍ଷ୍ଟଲେସନ୍, ମାଗଣା ସର୍ଭିସ୍ କ୍ୟାମ୍ପ, ଫର୍ଣ୍ଣିଚରର ଜୀବନବ୍ୟାପୀ ରକ୍ଷଣାବେକ୍ଷଣ ଓ ଅନ୍ ଟାଇମ୍ ଡେଲିଭରି ଭଳି ବିକ୍ରି ପରବର୍ତ୍ତୀ ସେବା ପାଇଁ ଜଣାଶୁଣା।

Leave A Reply