HEADLINES ଖବରମୁଖ୍ୟ ଖବର ମୁଖ୍ୟଖବର – ହେଡଲାଇନସ୍ By odishanext Last updated Jul 30, 2019 0 1,248 Share – ପ୍ୟାରିସ୍ ସାଇକେଲ ରେସ୍ରେ ଭାଗ ନେବେ କେନ୍ଦୁଝରର ତୁଷାର । – ମୁମ୍ବାଇରେ ପ୍ରବାସୀ ଭାରତୀୟଙ୍କୁ ବିବାହ କଲେ ରାକ୍ଷୀ ସାଓ୍ଵନ୍ତ – ପାକିସ୍ତାନ ସେନାର ଏକ ବିମାନ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଗୁରୁତର ଆହତ । – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ରୁ ଦୁଇଦିନ ପାଇଁ ଭୁଟାନ ଗସ୍ତରେ ଯିବେ। -ବିଜେଡି ରାଜ୍ୟସଭାରେ ତିନି ତଲାକ୍ ବିଲକୁ ସମର୍ଥନ ଦେବ – ଶ୍ରୀନଗରର ସମସ୍ତ ମସଜିଦ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନଜରକୁ ଆସିଛି। ଏଥିପାଇଁ ସମସ୍ତ ମସଜିଦର ପରିଚାଳନା ମଣ୍ଡଳୀ ସମ୍ପର୍କରେ ସବିଶେଷ ରିପୋର୍ଟ ମଗାଯାଇଛି । – ସୁଖୋଇରେ ଲାଗିବ ଆକାଶରୁ ଆକାଶ ନିକ୍ଷେପ କ୍ଷେପଣାସ୍ତ୍ର: ଭାରତ-ରୁଷ୍ ୧୫୦୦କୋଟିର ବୁଝାମଣା ସ୍ବାକ୍ଷର ହୋଇଛି । – ଜାମ୍ମୁ-କାଶ୍ମୀରରେ ଅତିରିକ୍ତ ୧୦ହଜାର ସୁରକ୍ଷାକର୍ମୀ ମୁତୟନ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ କରିଛନ୍ତି । – ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁ।ରିଶ କ୍ରମେ ରାଜ୍ୟକୁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରେ ଅର୍ଥ କମିଥିବା ନେଇ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା। – କଟକ-ଭୁବନେଶ୍ୱର ଦୈତ୍ୟନଗରରେ ଆତଙ୍କ ଖେଳାଇଥିବା ସାଇକୋ କିଲର ଧରାପଡିଥିବା ନେଇ କଟକ ଡିସିଙ୍କ ସୂଚନା। – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି। -୬୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ଭତ୍ତା ଦ୍ୱିଗୁଣିତ କରିବାକୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦାବି। – ଓଡ଼ିଶାର ରସଗୋଲାକୁ ମିଳିଲା ଭୌଗୋଳିକ ମାନ୍ୟତା ବା ଜି.ଆଇ. ଟ୍ୟାଗ୍। – ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍ ଏଣିକି ଲୋକସେବା ଭବନ ଭାବେ ପରିଚିତ ହେବ। 0 1,248 Share