କ୍ଷୀର ସହ ଏସବୁ ଖାଇଲେ ହୋଇ ପାରେ ଫୁଡ୍ ପଏଜନିଂ, ପେଟ ଓ ସ୍ୱାସ୍ଥ୍ୟ ପାଇଁ ଖରାପ
କେତକ ଫଳ ରହିଛି ଯାହା ସହ କ୍ଷୀର କି ଏହି ଫଳ ଖାଇ ସାଙ୍ଗେ ସାଙ୍ଗେ କ୍ଷୀର ପିଇଲେ କେତକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।
କ୍ଷୀର ପିଇ ମଧ୍ୟ ଏହି ଫଳ ସାଙ୍ଗେ ସାଙ୍ଗେ ଖାଇବା ଅନୁଚିତ୍
କମଳା ଓ କ୍ଷୀର: କମଳା ଓ କ୍ଷୀର ଏକାଠି ଖାଇବା ଉଚିତ ନୁହେଁ। କାରଣ ଏହା ସହଜରେ ହଜମ ହୋଇ ନଥାଏ। ଏହା ଫଳରେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଲେମ୍ବୁ ଓ କ୍ଷୀର ଏକାଠୁ ଖାଇଲେ ବି କିଛିଟା ସମସ୍ୟା ଦେଖା ଦେଇ ପାରେ ।
ପାଚିଲା ଅମୃତଭଣ୍ଡା ଓ କ୍ଷୀର : ପାଚିଲା ଅମୃତଭଣ୍ଡା ଓ କ୍ଷୀର ଏକାଠି ଖାଇଲେ ଶରୀରରେ ହିମୋମ୍ଲୋବିନର ଅସନ୍ତୁଳନ ହୋଇଥାଏ। ଛୋଟ ପିଲାମାନଙ୍କ ପାଇଁ ଏହା ଅତି ହାନିକାରକ ।
କ୍ଷୀର ଓ ସପୁରି : କ୍ଷୀର ସହିତ ସପୁରି ମିଶାଇ ଖାଇବା ଅନୁଚିତ, କାରଣ ଏହା ଫଳରେ ମୁଣ୍ଡବିନ୍ଧା, ଗ୍ୟାସ୍ ଓ ସଂକ୍ରମଣ ଆଦି ସମସ୍ୟା ଦେଖା ଦେଇଥାଏ।