ଭୁବନେଶ୍ୱର: ଅଗ୍ରଣୀ ଫୁଟ୍ୱେୟାର ନିର୍ମାତା, ରିଲାକ୍ସୋ ଫୁଟ୍ୱେୟାର୍ସ ଲିମିଟେଡର ମାଲିକାନାରେ ଥିବା ଏକ ସୁପରିଚିତ ବ୍ରାଣ୍ଡ୍ ଫ୍ଲାଇଟ୍ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ସ୍ପ୍ରିଙ୍ଗ୍-ସମର ୨୦୨୪ (ଏସ୍ଏସ୍’୨୪) କଲେକ୍ସନ ଶୁଭାରମ୍ଭ କରାଯାଇଛି । ଏହି ନୂଆ ରେଞ୍ଜରେ ୧୦୦ରୁ ଅଧିକ ସତେଜ ନୂଆ ଡିଜାଇନର ଏକ ଶୃଙ୍ଖଳା ସାମିଲ ରହିଛି । ଫ୍ଲାଇଟ୍ର ବିସ୍ତୃତ ଶୃଙ୍ଖଳାର ଜୋତାଗୁଡିକୁ ଉଭୟ ପୁରୁଷ ଓ ମହିଳାମାନଙ୍କ ଗତିଶୀଳ ଜୀବନଶୈଳୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଗୁଣବତା, ଆରାମ ଓ ସୁଲଭତା ଉପରେ ଏହାର ଗୁରୁତ୍ୱ ପାଇଁ ସୁପରିଚିତ ଫ୍ଲାଇଟ୍ ଉପଭୋକ୍ତାଙ୍କ ମଧ୍ୟରେ ପସନ୍ଦର ବ୍ରାଣ୍ଡ ଭାବେ ଜାରି ରହିଛି, ଯାହା ସେମାନଙ୍କ ଜୀବନଶୈଳୀ ଆବଶ୍ୟକତା ଓ ପସନ୍ଦଗୁଡିକୁ ପ୍ରତିଫଳନ କରୁଛି । ଗ୍ରାହକମାନେ ରିଲାକ୍ସୋର ନିକଟସ୍ଥ ରିଟେଲ ଆଉଟ୍ଲେଟ୍କୁ ପରିଦର୍ଶନ କରି କିମ୍ବା ସମଗ୍ର କଲେକ୍ସନକୁ ଅନ୍ଲାଇନ୍ରେ https://www.relaxofootwear.comରେ ଏକ୍ସପ୍ଲୋର କରି ଏହାର ବିସ୍ତୃତ ଶୃଙ୍ଖଳାର ଆରାମଦାୟକ ଓ ଷ୍ଟାଇଲିଶ ଫୁଟ୍ୱେୟାରଗୁଡିକୁ ଅନ୍ୱେଷଣ କରିପାରିବେ ।
ଏହି ନୂଆ କଲେକ୍ସନ ସମ୍ପର୍କରେ ରିଲାକ୍ସୋ ଫୁଟ୍ୱେୟାର୍ସ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌରମ ଦୁଆ କହିଛନ୍ତି, “ ଆମେ ଫ୍ଲାଇଟ୍ର ନୂଆ ସ୍ପ୍ରିଙ୍ଗ୍-ସମର’୨୪ କଲେକ୍ସନ ଶୁଭାରମ୍ଭକରି ଖୁବ୍ ଉତ୍ସାହିତ ଅଛୁ, ଯାହା ଏହାର କୁଲ୍ ଭାଇବ୍, ଗୁଣାତ୍ମକ କାରିଗରୀ ଓ ଅତୁଳନୀୟ ମୂଲ୍ୟ ସହିତ ଆଗାମୀ ଋତୁ ପାଇଁ ଟୋନ୍ ସେଟ୍ କରିଛି । ଆମେ ସବୁବେଳେ ଆମର ଗ୍ରାହକଙ୍କୁ ବିକଳ୍ପଗୁଡିକର ଏକ ଆନନ୍ଦଦାୟକ ଶୃଙ୍ଖଳା ପ୍ରଦାନ କରିବାରେ ବିଶ୍ୱାସ ରଖିଥାଉ ଯାହା କେବଳ ଷ୍ଟାଇଲ୍ର ପ୍ରଦର୍ଶନ କରିନଥାଏ ବରଂ ଟ୍ରେଣ୍ଡି ମଧ୍ୟ ହୋଇଥାଏ । ବ୍ୟାପକ ଓ ସମାବେଶୀ ହେବା ପାଇଁ ଡିଜାଇନ କରାଯାଇଥିବା ଏହି କଲେକ୍ସନ ପରିବାରର ସମସ୍ତ ସଦସ୍ୟଙ୍କ ଆବଶ୍ୟକତା ପୂରଣ କରୁଛି, ପ୍ରତ୍ୟେକ ବ୍ୟକ୍ତି ଯେପରି ଷ୍ଟାଇଲରେ ଆତ୍ମବିଶ୍ୱାସର ସହ ଘରୁ ବାହାରିବେ ତାହା ସୁନିଶ୍ଚିତ କରୁଛି ।”
Comments are closed, but trackbacks and pingbacks are open.