ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଏହାର ଗ୍ରୋସରୀ ବ୍ୟବସାୟରେ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି । ଏକ ଗ୍ରାହକ-ପ୍ରଥମ ସଂସ୍ଥା ଭାବେ ଫ୍ଲିପ୍କାର୍ଟ ଗ୍ରୋସରୀ, ସୁଲଭ ମୂଲ୍ୟରେ ସତେଜ ଉତ୍ପାଦ ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛି । ଉପଭୋକ୍ତାଙ୍କ ବିଶ୍ୱାସକୁ ମଜବୁତ କରିବା ପାଇଁ ଏହାର ସମସ୍ତ ଉତ୍ପାଦଗୁଡିକରେ ଉତ୍ପାଦନ ଓ ଏକ୍ସପାୟରୀ ତାରିଖ ଉଲ୍ଲେଖ ରହିଛି, ଯାହା ସର୍ବାଧିକ ସ୍ୱଚ୍ଛତା ଓ ସତେଜତା ସୁନିଶ୍ଚିତ କରୁଛି । ଏହାର ସମ୍ପ୍ରସାରଣ ଯାତ୍ରାର ଅଂଶ ଭାବେ ଫ୍ଲିପ୍କାର୍ଟ ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍କାତା, ମୁମ୍ବାଇ ଓ ନୂଆଦିଲ୍ଲୀ ଭଳି ମେଟ୍ରୋ ସହରଗୁଡିକ ସମେତ ଭାରତର ଟିୟର ୨+ ଟାଉନଗୁଡିକରେ ନିଜର ପହଂଚକୁ ବ୍ୟାପକ କରିଛି । ଫ୍ଲିପ୍କାର୍ଟ ଗ୍ରୋସରୀ ହେଉଛି ଏକମାତ୍ର ଇକମର୍ସ କମ୍ପାନୀ ଯାହା ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍କାତା, ମୁମ୍ବାଇ ଓ ନୂଆଦିଲ୍ଲୀ ଭଳି ମେଟ୍ରୋ ସହର ଏବଂ ଅନନ୍ତପୁର, ବ୍ରହ୍ମପୁର, ଗୋରଖପୁର, ମୋରାଦାବାଦ, ନାଗାଓଁ, ସାହାର୍ସା, ସିମୋଗା, ଭେଲ୍ଲୋର ଭଳି ବିଭିନ୍ନ ଟିୟର ୨+ ଟାଉନ୍ଗୁଡିକ ସମେତ ୨୦୦ରୁ ଅଧିକ ସହରରେ ନେକ୍ସଟ୍-ଡେ’ ଡେଲିଭରି ସୁବିଧା ପ୍ରଦାନ କରୁଛି । ୫ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଏକ ବିସ୍ତୃତ ଶୃଙ୍ଖଳାର ଉତ୍ପାଦ ପ୍ରଦାନ କରିବା ସହିତ ଏହି ସହରଗୁଡିକର ଉପଭୋକ୍ତାମାନେ ସୁଲଭତା ପ୍ରତି ଦୃଢ ଆଗ୍ରହ ପ୍ରଦର୍ଶିତ କରିଛନ୍ତି, ଯାହା ଇ-ଗ୍ରୋସରୀ ସପର୍ଙ୍କ ପାଇଁ ଏକ ମୂଲ୍ୟବାନ ଗନ୍ତବ୍ୟସ୍ଥଳୀ ଭାବେ ଫ୍ଲିପ୍କାର୍ଟ ଗ୍ରୋସରୀର ସ୍ଥିତିକୁ ଅଧିକ ସୁଦୃଢ କରୁଛି । ଉଚ୍ଚପ୍ରଦର୍ଶନକ୍ଷମ ବର୍ଗଗୁଡିକ ଦୃଷ୍ଟିରୁ ଫ୍ଲିପ୍କାର୍ଟ ତେଲ, ଘିଅ, ଅଟା ଏବଂ ଚା’, କଫି, ଡିଟରଜେଂଟ୍ ଭଳି ଏଫ୍ଏମ୍ସିଜି ସାମଗ୍ରୀ ଓ ପର୍ସନାଲ କେୟାର ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀଗୁଡିକ କ୍ଷେତ୍ରରେ ୧.୬ ଗୁଣ ଅଭିବୃଦ୍ଧି ପରିଲକ୍ଷିତ କରିଛି । ପ୍ରିମିୟମ ବର୍ଗଗୁଡିକରେ ଯେପରିକି ଲିକ୍ୱିଡ ଡିଟରଜେଂଟ୍ରେ ୧.୮ ଗୁଣ, ଡ୍ରାଏଫ୍ରୁଟ୍ରେ ୧.୫ ଗୁଣ, ଏନର୍ଜି ଡ୍ରିଙ୍କ୍ରେ ୧.୫ ଗୁଣ ବୃଦ୍ଧି ହାସଲ କରିଛି ।
ଦୈନନ୍ଦିନ ସାମଗ୍ରୀ ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଲାଗି ଏକ ପ୍ରୟାସରେ ଫ୍ଲିପ୍କାର୍ଟ ଅହମ୍ମଦାବାଦ, ଭୁବନେଶ୍ୱର, ଚେନ୍ନାଇ, ହୁବ୍ଲି,ହାଇଦ୍ରାବାଦ, କୋଲ୍କାତା, ଲୁଧିଆନା, ମାଲ୍ଦା, ପାଟ୍ନା, ଦିଲ୍ଲୀ ଏନ୍ସିଆର୍ରେ ସୋନିପତ, ବିଶାଖାପାଟ୍ନମ ଭଳି ପ୍ରମୁଖୁସ୍ଥାନଗୁଡିକରେ ୧୧ଟି ଗ୍ରୋସରୀ ଫୁଲ୍ଫିଲମେଂଟ ସେଂଟର୍ର ଶୁଭାରମ୍ଭ ଓ ସମ୍ପ୍ରସାରଣ ସହିତ ଦେଶବ୍ୟାପୀ ଏହାର ଗ୍ରୋସରୀ ଯୋଗାଣ ଶୃଙ୍ଖଳା ଭିତିଭୂମିକୁ ମଜବୁତ କରିଛି । ଭଏସ୍-ଏନାବୁଲ୍ଡ ସପିଙ୍ଗ୍, ବିନା ସୁଧରେ ଋଣ, ଓପନ୍-ବକ୍ସ ଡେଲିଭରି ଭଳି ଫିଚୁଗୁଡିକ ଫ୍ଲିପ୍କାର୍ଟର ଗ୍ରାହକଙ୍କ ସପିଂ ଅନୁଭୂତିକୁ ଉନ୍ନତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଆଗକୁ ନେବାରେ ପ୍ରମୁଖ ସ୍ତମ୍ଭ ରହିଆସିଛନ୍ତି । ବର୍ତମାନ ଏହାର ୫୦%ରୁ ଅଧିକ ଗ୍ରୋସରୀ ଡେଲିଭରି ଇଭି ମାଧ୍ୟମରେ କରାଯାଉଛି, ଏଥିସହିତ ଫ୍ଲିପ୍କାର୍ଟ ୧୪୦%ର ବାର୍ଷିକ ବୃଦ୍ଧିକୁ ଚିହ୍ନିତ କରିଛି । ଫ୍ଲିପ୍କାର୍ଟ ଉପଭୋକ୍ତାଙ୍କୁ ପୁନଃବ୍ୟବହାରଯୋଗ୍ୟ ବ୍ୟାଗ୍ଗୁଡିକରେ ଗ୍ରୋସରୀ ଡେଲିଭରି କରୁଛି ଏବଂ କୌଣସି ପ୍ରକାରର ସୂକ୍ଷ୍ମ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ପରିବେଶ-ଅନୁକୂଳ କାର୍ଡବୋର୍ଡ ଖଣ୍ଡର ବ୍ୟବହାର କରୁଛି । ଏସମ୍ପର୍କରେ ଫ୍ଲିପ୍କାର୍ଟର ଗ୍ରୋସରୀ ବିଭାଗର ମୁଖ୍ୟ, ଉପାଧ୍ୟକ୍ଷ ହରି କୁମାର କହିଛନ୍ତି, “ଗ୍ରୋସରୀ ବର୍ଗରେ ଫ୍ଲିପ୍କାର୍ଟର ଅଭିବୃଦ୍ଧି ଉଦୀୟମାନ ବର୍ଗଗୁଡିକ ପାଇଁ ଉଦ୍ଭାବନ ଓ ଗ୍ରାହକ-କୈନ୍ଦ୍ରିକତା ନିର୍ମାଣ କରିବା ପାଇଁ ଆମର ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ଏବଂ ଉପଭୋକ୍ତାଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ସଠିକ୍ ମୂଲ୍ୟ ଦେଉଛି । ଏକ ଉନ୍ନତ ଟିମ୍ ଓ ଗ୍ରାହକ-ପ୍ରଥମ ଆଭିମୁଖ୍ୟ ସହିତ ଆମେ ଭାରତର ଲୋକମାନଙ୍କ ଅନ୍ଲାଇନ୍ ଗ୍ରୋସରୀ କ୍ରୟକୁ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ରହିଛୁ ।”
Comments are closed, but trackbacks and pingbacks are open.