ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ

ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ

0 566

ନୂଆଦିଲ୍ଲୀ  .-ନିକଟରେ ବିଭିନ୍ନ ସଙ୍ଗଠନ/ସଂସ୍ଥାରେ ଅନୁଷ୍ଠିତ ନିର୍ବାଚନରେ ବ୍ୟବହାର କରାଯାଇଥିବା ଇଭିଏମରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଖବର ଭାରତର ନିର୍ବାଚନ କମିସନ (ଋଉଓ)ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ବାବଦରେ ଭୁଲ୍ ଧାରଣା ସୃଷ୍ଟି କରିଛି । ଏହା ଭାରତର ନିର୍ବାଚନ କମିସନଙ୍କ କାର୍ୟ୍ୟଧାରା ଉପରେ ଅନେକଙ୍କ ମନରେ ପ୍ରଶ୍ନ ଉତଥାପନ କରିଛି । ଆମେ ପୁଣି ଥରେ ଏହା ସ୍ପଷ୍ଟ କରିଦେଉଛୁ କି, ସ୍ୱାୟତ୍ତ ସଂସ୍ଥା (ମ୍ୟୁନିସିପାଲିଟି, ପଞ୍ଚାୟତ) ସ୍ତରରେ ହେଉଥିବା ନିର୍ବାଚନ ପରିଚାଳନା ଦାୟିତ୍ୱ ଭାରତର ନିର୍ବାଚନ କମିସନ ନୁହେଁ, ବରଂ ରାଜ୍ୟ ନିର୍ବାଚନ କମିସନଙ୍କ ଦାୟିତ୍ୱ । ସେହିପରି ବିଭିନ୍ନ ସଙ୍ଗଠନ ଓ ସଂସ୍ଥାରେ ହେଉଥିବା ନିର୍ବାଚନ ପ୍ରକ୍ରିୟା ସେମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ଭାରତର ନିର୍ବାଚନ କମିସନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମର ସଠିକତା ଉପରେ କମିସନ ସମ୍ପୂର୍ଣ୍ଣ ସ୍ଥିର ନିଶ୍ଚିତ । କମିସନଙ୍କ ଇଭିଏମ୍ ଓ ଭିଭିପାଟର ନିର୍ମାଣ, ପରିବହନ, ଗଚ୍ଛିତ ରଖିବା, ଭୋଟ ଗ୍ରହଣ ଏବଂ ଗଣତି ଏ ସମସ୍ତ ପ୍ରକ୍ରିୟାରେ ବ୍ୟାପକ ପ୍ରଯୁକ୍ତିଗତ ଓ ପ୍ରଶାସିନକ ପ୍ରକ୍ରିୟା ସହ ଏ ସବୁର ରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସୁରକ୍ଷିତ ।

୨୦୧୭ ପର୍ୟ୍ୟନ୍ତ ବାଙ୍ଗାଲୋରର ମେସର୍ସ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଓ ହାଇଦ୍ରାବାଦର ମେସର୍ସ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ ହିଁ କେବଳ ରାଜ୍ୟ ନିର୍ବାଚନ କମିସନ ଓ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ ଇଭିଏମ୍ ଯୋଗାଇବାକୁ ଅନୁମତି ପାଇଛନ୍ତି । ୨୦୦୬ ଅଗଷ୍ଟ ମାସରେ ଏହି ଅନୁମତି ପତ୍ର ଦିଆଯାଇଥିଲା । ୨୦୧୭ ମେ ମାସ ଠାରୁ ବିଇଏଲ୍ ଓ ଇସିଆଇଏଲ୍ କୁ ନିର୍ଦ୍ଦେଶ ଦିଆଯାଇଛି କି, ବିଦେଶୀ ରାଷ୍ଟ୍ର ଓ ଅନ୍ୟାଦ୍ୟ ସଂସ୍ଥାକୁ ଯୋଗାଣ ହେଉଥିବା ଇଭିଏମ୍ କମିସନଙ୍କ ଇଭିଏମ୍ ଠାରୁ ଭିନ୍ନ ହେବ ଏବଂ ଏହା କେବଳ କମିସନଙ୍କ ଅନୁମତି ପରେ ଯୋଗାଣ କରାଯାଇପାରିବ ।

ପୁରୁଣା ଇଭିଏମ୍ ଗୁଡ଼ିକୁ ନଷ୍ଟ କରିବା ସକାଶେ ବିଇଏଲ ଓ ଇସିଆଇଏଲକୁ ପଠାଯାଇଛି ଏବଂ କମିସନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସେଗୁଡ଼ିକୁ ନଷ୍ଟ କରାଯାଇଛି ।

ଭାରତର ନିର୍ବାଚନ କମିସନ କେବଳ ସିଙ୍ଗ ପୋଷ୍ଟ ଇଭିଏମ୍ (କେବଳ ଗୋଟିଏ ପଦବି ପାଇଁ ଭୋଟ ଦେଇହେବ)ବ୍ୟବହାର କରୁଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ମଲ୍ଟି ପୋଷ୍ଟ ଇଭିଏମ୍ ବ୍ୟବହାର କରାଯାଇଥିଲା । ଏହାର ଅର୍ଥ ଏକକାଳୀନ ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକ ପଦବି ପାଇଁ ଭୋଟ ପ୍ରଦାନର ସୁବିଧା ଥିଲା । ଟେକ୍ନିକାଲି ଏହା ଭାରତର ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସିଙ୍ଗଲ ପୋଷ୍ଟ ଇଭିଏମ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

କମିସନ ଏହା ସୂଚାଇ ଦେବାକୁ ଚାହୁଁଛନ୍ତି କି, ଇସିଆଇଙ୍କ ଦ୍ୱାରା ପ୍ରସ୍ତୁତ ଇଭିଏମରେ ଥିବା ଟେକ୍ନିକାଲ ଓ ପ୍ରଶାସନିକ ସୁରକ୍ଷା ପ୍ରଣାଳୀ ଅନ୍ୟାନ୍ୟ ସଙ୍ଗଠନ/ସଂସ୍ଥାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ନିକଟରେ ନ ଥାଇପାରେ ।

Leave A Reply