ନୂଆଦିଲ୍ଲୀ . – ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଶୁକ୍ରବାରେ ନୂଆଦିଲ୍ଲୀଠାରେ ଏକ କାର୍ୟ୍ୟକ୍ରମରେ ଏଚଆଇଭି ଆକଳନ ରିପୋର୍ଟ ୨୦୧୭ ଜାରି କରିଛି । ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ କାର୍ୟ୍ୟକ୍ରମ ଅଧିନରେ ଏଚଆଇଭି ଆକଳନ ରିପୋର୍ଟ ଏଚଆଇଭି ଅନୁକ୍ରମର ୧୪ତମ ସଂସ୍କରଣ । ନାକୋ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଏବଂ ରାଷ୍ଟ୍ରୀୟ ଚିକିତ୍ସା ସାଂଖ୍ୟିକୀୟ ସଂଗଠନ ସହଯୋଗରେ ଦ୍ୱିବାର୍ଷିକ ଏଚଆଇଭି ଆକଳନ ରିପୋର୍ଟ ଜାରି କରିଥାଏ । ଭାରତରେ ଏଚଆଇଭି ଆକଳନର ପ୍ରଥମ ସଂସ୍କରଣ ୧୯୯୮ରେ କରାଯାଇଥିଲା, ପୂର୍ବ ସଂସ୍କରଣ ୨୦୧୫ରେ ଜାରି କରାଯାଇଥିଲା ।
ରିପୋର୍ଟରେ ଏଡସ୍ ପ୍ରତିରୋଧ ସହିତ ଚିକିତ୍ସା କ୍ଷେତ୍ରରେ ରାଷ୍ଟ୍ରୀୟ ଏଡସ୍ ପ୍ରତିକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରାଯାଇଛି । ରିପୋର୍ଟରେ ଏଡସ୍ ନିୟନ୍ତ୍ରଣକୁ ନେଇ ଆତ୍ମସନ୍ତୋଷ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି କାରଣ ଆଗାମୀ ୨୦୩୦ ସୁଦ୍ଧା ‘ଏଡସର ମୂଳୋତ୍ପାଟନ’ ର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଆଗକୁ ବଢି ସାରିଛି । ରିପୋର୍ଟ ଅନୁସାରେ ୨୦୧୭ରେ ଭାରତରେ ଏଚଆଇଭି ସଂକ୍ରମିତ ଲୋକ ଙ୍କ ସଂଖ୍ୟା ପ୍ରାୟ ୨୧.୪୦ ଲକ୍ଷ ଥିଲା । ଏମାନଙ୍କ ମଧ୍ୟରୁ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ୦.୨୨ ପ୍ରତିଶତ ଥିଲା । ୨୦୧୭ରେ ଏଚଆଇଭି ସଂକ୍ରମଣର ପ୍ରାୟ ୮୭,୫୮,୦୦୦ ନୂତନ ସଂକ୍ରମଣ ଦେଖିବାକୁ ମିଳିଥିଲା ଏବଂ ୬୯,୧୧,୦୦୦ ଲୋକମାନଙ୍କର ଏଡସ୍ ସମ୍ବନ୍ଧୀତ ରୋଗଜନିତ ମୃତ୍ୟୁ ଘଟିଥିଲା । ଏହି ସମୟରେ ମା’ ଠାରୁ ପିଲାକୁ ଏଚଆଇଭି ସଂକ୍ରମଣ ରୋକିବା ପାଇଁ ୨୨,୬୭୫ ମା’ଙ୍କୁ ଆଣ୍ଟି ରେଟ୍ରୋଭାଇରାଲ ଥେରାପୀର ଆବଶ୍ୟକତା ଥିଲା । ଭାରତରେ ଏଚଆଇଭି ମହାମାରୀର ସ୍ଥିତିକୁ ନେଇ ଏଚଆଇଭି ଆକଳନ ରିପୋର୍ଟ ୨୦୧୭ ପୂର୍ବ ସଂସ୍କରଣ ଅନୁସାରେ ରାଷ୍ଟ୍ରୀୟ ସ୍ତରରେ ଏହାର ଗତି କମ ଥିଲା କିନ୍ତୁ ଦେଶର କିଛି ଭୌଗଳିକ କ୍ଷେତ୍ରଗୁଡିକ ଏବଂ କିଛି ସ୍ୱତନ୍ତ୍ର ସଂପ୍ରଦାୟ ମଧ୍ୟରେ ଏହି ରୋଗର ବୃଦ୍ଧି ପରିଲକ୍ଷିତ ହୋଇଛି । ରିପୋର୍ଟ ଅନୁସାରେ କିଛି ବର୍ଷ ହେବ ଏଚଆଇଭି ସଂକ୍ରମଣର ନୂତନ କେଶରେ ହ୍ରାସ ପରିଲକ୍ଷିତ ହୋଇଛି ।
ରିପୋର୍ଟରେ କୁହାଯାଇଛି ଯେ ୧୯୯୫ରେ ଏଡସ୍ ମହାମାରୀ ଅନୁସାରେ କାର୍ୟ୍ୟକ୍ରମ ପ୍ରଭାବରେ ଏହାର ସଂକ୍ରମଣରେ ୮୦ ପ୍ରତିଶତରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି । ଏହିଭଳି ୨୦୦୫ରେ ଏଡସ୍ ସମ୍ବନ୍ଧୀତ ମୃତ୍ୟୁ ତୁଳନାରେ ୭୧ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ୟୁଏନ-ଏଡସ୍ ୨୦୧୮ ରିପୋର୍ଟ ଅନୁସାରେ ଏଡସର ନୂତନ ସଂକ୍ରମଣ ଏବଂ ଏଡସ ସମ୍ବନ୍ଧୀତ ମୃତ୍ୟୁର ବୈଶ୍ୱିକ ଦରରେ ହ୍ରାସ ଘଟି କ୍ରମଶଃ ୪୭ପ୍ରତିଶତ ଏବଂ ୫୧ ପ୍ରତିଶତରେ ପହଂଚିଛି ।
ଏଚଆଇଭି ଆକଳନ ଉଦ୍ଦେଶ୍ୟ ଭାରତରେ ରାଷ୍ଟ୍ରୀୟ ଏବଂ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ଏଚଆଇଭି ମହାମାରୀର ସ୍ଥିତି ଉପରେ ସଦ୍ୟତମ ସୂଚନା ଉପଲବ୍ଧ କରାଇବା । ବୟସ୍କଙ୍କ ମଧ୍ୟରେ ଏଚଆଇଭି ବିସ୍ତା, ବାର୍ଷିକ ନୂତନ ସଂକ୍ରମଣ, ଏଡସ୍ ସମ୍ବନ୍ଧୀତ ମୃତ୍ୟୁ ଏବଂ ମା’ ଠାରୁ ଶିଶୁକୁ ସଂକ୍ରମଣରୁ ବଞ୍ଚାଇବାର ଆକଳନର ଆବଶ୍ୟକତାକୁ ଏଚଆଇଭି ଆକଳନର ପରିଣାମ ଭାବେ ପ୍ରସ୍ତୁତ କରାଯାଇଛି । ଏଭଳି ଆକଳନର ଆବଶ୍ୟକତା ହୋଇଥାଏ, କାରଣ ଏଭଳି ଗୁରୁତ୍ୱପୂର୍ଣ୍ଣ ସଙ୍କେତକୁ ମାପିବା ପାଇଁ କୌଣସି ବିଶ୍ୱସନୀୟ ଉପାୟ ନାହିଁ, ଯାହାର ବ୍ୟବହାର ଦୁନିଆର ସମସ୍ତ ଦେଶରେ ମହାମାରୀର ପରୀକ୍ଷଣ କରିବା ଏବଂ ଏହି ଦିଗରେ ନିଆଯାଉଥିବା ପଦକ୍ଷେପର ଆକଳନ ପାଇଁ କରାଯାଏ ।