ଭୁବନେଶ୍ୱର: ହାଲିଅନ୍ (ପୂର୍ବରୁ ଗ୍ଲାକ୍ସୋସ୍ମିଥ୍କ୍ଲାଇନ୍ କଞ୍ଜ୍ୟୁମର ହେଲ୍ଥକେୟାର ଭାବେ ପରିଚିତ)ର ଏକ ଅଗ୍ରଣୀ ଡାଇଜେଷ୍ଟିଭ୍ ବ୍ରାଣ୍ଡ ଇନୋ ଭାରତରେ ଏହାର ପ୍ରଥମ ଧରଣର ଚିୱେବୁଲ୍ ଆଂଟାସିଡ୍ ‘ଇନୋ ଚିୱି ବାଇଟ୍ସ୍’ର ଶୁଭାରମ୍ଭ ଘୋଷଣା କରିଛି । ଏହା ଦୁଇଟି ସ୍ୱାଦିଷ୍ଟ ଫ୍ଲେଭର ଟ୍ୟାଙ୍ଗି ଲେମନ୍ ଓ ଜେଷ୍ଟି ଅରେଞ୍ଜରେ ଉପଲବ୍ଧ ହେଉଛି । ନୂଆ ଇନୋ ଚିୱି ବାଇଟ୍ସ ହେଉଛି ଏକ ଉଦ୍ଭାବନ ଯାହାକୁ ବାହାରେ ଖାଇବାର ବର୍ଦ୍ଧିତ ଅଭ୍ୟାସ ଭଳି ଆଧୁନିକ ଜୀବନଶୈଳୀ ପାଇଁ ନିର୍ମାଣ କରାଯାଇଛି । ଏବେ ଏୟାରପୋର୍ଟ ହେଉ କିମ୍ବା ଷ୍ଟେଶନ, ରେଷ୍ଟୁରାଂଟ୍ କିମ୍ବା ମଲ୍ ଯେଉଁଠାରେ ବି ଆସିଡିଟି ହେଲେ, ଏହି ନୂଆ ସ୍ୱାଦିଷ୍ଟ ଚିୱି ବାଇଟ୍ସକୁ ଚୋବାନ୍ତୁ ଏବଂ ଇନୋର ବିଶ୍ୱସନୀୟ ଦ୍ରୁତ ଓ ପ୍ରଭାବୀ ଆରାମ ପାଆନ୍ତୁ । ଇନୋ ଚିୱି ବାଇଟ୍ସରେ ପ୍ରାକୃତିକ ଉପାଦାନ ରହିଛି ଯାହା ଖାଟିକା ଚୁର୍ଣ୍ଣର ୧୦୦୦ ଏମ୍ଜିର ଶକ୍ତି ବହନ କରୁଛି, ଯାହା କେବଳ ୧ ମିନିଟ୍ରେ ଆସିଡିଟି ଉପରେ କାମ କରିଥାଏ । ଇନୋ ଚିୱି ବାଇଟ୍ସ ପେଟ ପାଇଁ ଅନୁକୂଳ ଅଟେ ଏବଂ ଏହାକୁ ଉଭୟ ବୟସ୍କ ବ୍ୟକ୍ତି ଏବଂ ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ସେବନ କରିପାରିବେ । ଏହା ୩ଟି ଏସ୍କେୟୁ- ସିଙ୍ଗଲ୍ସ ପିଲୋ ପାଉଚ୍, ୧୦ଟିର ପ୍ୟାକ୍ ଓ ୩୦ଟିର ପ୍ୟାକ୍ରେ ଉପଲବ୍ଧ ହେଉଛି । ବୈପ୍ଳବିକ ନୂଆ ଉତ୍ପାଦ ଇନୋ ଚିୱି ବାଇଟ୍ସକୁ ଜୀବନ୍ତ କରୁଥିବା ଟିଭି, ପ୍ରି ଓ ସୋସିଆଲ ମିଡିଆ କମ୍ୟୁନିକେଶନକୁ ସମସ୍ତ ପ୍ରମୁଖ ଚ୍ୟାନେଲ ଓ ପବ୍ଲିକେଶନରେ ଲାଇଭ୍ କରାଯିବ । ଏହି ଟିଭିସିକୁ ଓଗ୍ଲିଭାଏ ଓ ମାଥର୍, ଇଣ୍ଡିଆ ଦ୍ୱାରା ପରିକଳ୍ପନା କରାଯାଇଥିବା ବେଳେ ୟୁବିକ୍ ଫିଲ୍ମସର ନିର୍ଦ୍ଦେଶକ ସୁର୍ଜୋ ଦେବଙ୍କ ଦ୍ୱାରା ବିକଶିତ କରାଯାଇଛି ।
ଇନୋ ପକ୍ଷରୁ ନୂଆ ଚିୱେବୁଲ୍ ଫର୍ମାଟ୍ର ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ମାର୍କେଟିଂ ହେଡ୍ ଅନୁରିତା ଚୋପ୍ରା କହିଛନ୍ତି, ‘ଇନୋ ଚିୱି ବାଇଟ୍ସ ହେଉଛି ଏକ ଅଧିକ ସୁବିଧାଜନକ ଫର୍ମାଟ୍ ସହ ନିଜ ଉପଭୋକ୍ତାଙ୍କ ବର୍ଦ୍ଧିତ ଦୈନନ୍ଦିନ ସୁସ୍ଥତା ପାଇଁ ଉଦ୍ଭାବନ ଓ ଆଗ୍ରହ ପ୍ରତି କମ୍ପାନୀର ପ୍ରତିବଦ୍ଧତାର ଏକ ପ୍ରମାଣ । ଏହି ବୈପ୍ଳବିକ ଶୁଭାରମ୍ଭ ସହିତ ଆମେ ଆସିଡିଟି ବା ଅମ୍ଳତାର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଓ ଉପଭୋଗ୍ୟ ମାଧ୍ୟମ ପ୍ରଦାନ କରିବା ସହିତ ବିଶ୍ୱାସ ଓ ନିର୍ଭରଯୋଗ୍ୟତାକୁ ସୁଦୃଢ କରୁଛୁ ଯେଉଁଥି ପାଇଁ ଏହି ବ୍ରାଣ୍ଡ ସୁପରିଚିତ ଅଟେ ।’ ଏହି ଶୁଭାରମ୍ଭ ଅବସରରେ ଡାଇଜେଷ୍ଟିଭ୍ ହେଲ୍ଥର କ୍ୟାଟେଗୋରୀ ଲିଡ୍ କିଶ୍ଲେ ସେଠ୍ କହିଛନ୍ତି, ‘ନୂଆ ଇନୋ ଚିୱି ବାଇଟ୍ସ ସ୍ୱାଦିଷ୍ଟ, ଚିୱେବୁଲ୍, ବହନ କରିବା ପାଇଁ ସହଜ ଅଟେ ଏବଂ ଏହା ପାଣିର ଆବଶ୍ୟକ କରିନଥାଏ, ଯାହା ଆମର ଉପଭୋକ୍ତାଙ୍କୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ବିଶ୍ୱସ୍ଥ ଇନୋ ଆରାମ ପ୍ରଦାନ କରୁଛି । ନୂଆ ଶୁଭାରମ୍ଭ ଓ କମ୍ୟୁନିକେଶନ ଉପରେ ମତବ୍ୟକ୍ତ କରି ଓଗ୍ଲିଭାଏ ଇଣ୍ଡିଆ (ଉତର)ର ଚିଫ୍ କ୍ରିଏଟିଭ୍ ଅଫିସର ରିତୁ ସାରଦା କହିଛନ୍ତି, ‘ଇନୋ ଚିୱି ବାଇଟ୍ସ ଯେକୌଣସି ସମୟରେ ଆସିଡିଟି ହେଲେ ମଧ୍ୟ ଆପଣଙ୍କୁ ଜୀବନକୁ ସବୁ ସମୟରେ ଉପଭୋଗ କରିବା ପାଇଁ ପ୍ରସ୍ତୁତ ରଖିବା ଲାଗି ଏକ ଉନ୍ନତ ଫର୍ମାଟ୍ ଅଟେ । ଆମେ ଏହି ନୂଆ କ୍ୟାମ୍ପେନ୍ରେ ଏହାକୁ ଜୀବନ୍ତ କରିଛୁ ।”
Comments are closed, but trackbacks and pingbacks are open.