ଦିପାବଳୀ ପାଳନ କରିବାର କାରଣ

0 1,754

ଏହି ଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମା’ସୀତା ଓ ଲକ୍ଷ୍ମଣଙ୍କ ସହ ୧୪ବର୍ଷର ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଖୁସିର ପ୍ରତୀକ ସ୍ୱରୂପରେ ଅଯୋଧ୍ୟା ବାସୀ ତେଲରେ ଦୀପ ଲଗାଇ ଆଲୋକତ୍ସବର ପାଳନ କରିଥିଲେ। ଏହି କାରଣରୁ ଏହାକୁ ଆଲୋକର ପର୍ବ ଭାବେ ପାଳନ କରାଯାଏ।

ଏହାକୁ ସଭିଏଁ ବେଶ ଆଗ୍ରହର ସହ ପାଳନ କରିବା ସହ ପରସ୍ପରକୁ ଶୁଭକାମନା ଜଣାଇଥାଆନ୍ତି। ଏହି ସମସ୍ତ କାରଣରୁ ଏହି ପର୍ବକୁ ଖୁବ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ।

ଏହି ଦିନରେ ମା’ଭଗବତୀ, ମା’ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଧାର୍ମିକ ମହତ୍ୱ ଅନୁଯାୟୀ ଏହି ଦିନରେ ମା’ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟରେ କ୍ଷୀରସାଗରରୁ ପ୍ରକଟ ହୋଇଥିଲେ। ତେଣୁ ଏହି ଦିନରେ ମା’ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ମା’ ସଭିଁଙ୍କ ଉପରେ କୃପା କରିଥାଆନ୍ତି।

Leave A Reply