ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍‌ଘାଟିତ

0 569

ବୈଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ତିତିରିକଟା ଠାରେ ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ୩୫ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦିନ ପ୍ରତି ୨୬୦ କିଲୋ ଲିଟର ଏକ୍ସ୍ଟ୍ରାନ୍ୟୁଟ୍ରାଲ୍ ଆଲ୍କୋହଲ୍ ଉତ୍ପାଦନ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଆଜି ବୌଦ୍ଧ ଜିଲ୍ଲାର ଏହି ପ୍ରଥମ ବୃହତ୍‍ ଶିଳ୍ପ ପ୍ରକଳ୍ପର ଉଦ୍‍ଘାଟନ କରିଛନ୍ତି । ଏହି ପ୍ରକଳ୍ପ ଦୈନିକ ୧୨୫ ଟନ୍ ଗୁଣ୍ଡ ଚାଉଳରୁ ଆଲକୋହଲ ଉତ୍ପାଦନ କରିବ ଏବଂ ଏହି ପ୍ରକଳ୍ପ ଦ୍ୱାରା ଚାଷୀ ତାର ଗୁଣ୍ଡ ଚାଉଳକୁ ବିକ୍ରିକରି କିଛି ମାତ୍ରାରେ ଅଧିକା ରୋଜଗାର କରିପାରିବ। ବୌଦ୍ଧ ଠାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଲାଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଏହି ପ୍ରକଳ୍ପ ବୌଦ୍ଧ ଜିଲ୍ଲାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତିର ସୁଯୋଗ ଆଣିବା ସହ ଆର୍ଥିକ ଅଭିବୃଦ୍ଧିରେ
ସହାୟକ ହେବ ବୋଲି କହିଛନ୍ତି।

Leave A Reply