ସମଗ୍ର ରାଜ୍ୟରେ ଗତକାଲି ଆଲୋକର ପର୍ବ ଦୀପାବଳି ଓ ମା’ କାଳୀଙ୍କ
ପୂଜା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହି ଉପଲକ୍ଷେ ବିଭିନ୍ନ
ଶକ୍ତିପୀଠ ସମେତ ମଣ୍ଡପ ଗୁଡ଼ିକରେ ମୃଣ୍ମୟୀ ପ୍ରତିମାଗୁଡ଼ିକୁ ପୂଜାର୍ଚ୍ଚନା
କରାଯାଇଛି । ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ
ଲାଲ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ
ସମୃଦ୍ଧି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆନନ୍ଦର
ପର୍ବ ଦୀପାବଳି ଅବସରରେ ଅଭିନନ୍ଦନ ଜଣାଇବା ସହ ବିକାଶର
ଆଲୋକରେ ସମସ୍ତଙ୍କ ଜୀବନକୁ ଉଦ୍ଭାସିତ କରିବା ପାଇଁ ସଂକଳ୍ପବଦ୍ଧ
ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।
ସେହିପରି ଗତକାଲି ପୟା ଶ୍ରାଦ୍ଧ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ
ଶ୍ରଦ୍ଧାଳୁଙ୍କର ପ୍ରବଳ ସମାଗମ ହୋଇଥିଲା । ଶ୍ରଦ୍ଧାଳୁମାନେ ଉତ୍ତର ଦ୍ୱାର
ନିକଟରେ ସେମାନଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ
କରିଥିଲେ ।
କଟକ ଓ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ମଣ୍ଡପରେ ମା’ କାଳୀଙ୍କର ପୂଜା
ଓ ଆରାଧନା ଅନୁଷ୍ଠିତ ହୋଇଛି । ଚଳିତବର୍ଷ କଟକରେ ୨୫ଟି ସୁନା ଓ
ଚାନ୍ଦିମେଢ଼ ସହ ମୋଟ୍ ୯୦ଟି କାଳୀମେଢ଼ ହୋଇଛି । ପ୍ରତ୍ୟେକ ମେଢ଼ ପାଇଁ
ଗୋଟିଏ ଲେଖାଏଁ ପୁଲିସ ଟିମ୍ ମଧ୍ୟ ମୁତୟନ କରାଯାଇଛି । ଆସନ୍ତା
୨୮ତାରିଖ ମଧ୍ୟାହ୍ନରୁ ୨୯ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କଟକରେ ଭସାଣି ଉତ୍ସବ
ଅନୁଷ୍ଠିତ ହେବ । କାଳୀପୂଜା ଓ ଭସାଣି ଉତ୍ସବ ଯେପରି ସୁରୁଖୁରୁରେ ସମ୍ପନ୍ନ
ହୋଇପାରିବ ସେଥିଲାଗି ୬ଜଣ ଅତିରିକ୍ତ ଡିସିପିଙ୍କ ସମେତ ୩୦୦ ପୁଲିସ
ଅଧିକାରୀ ଏହାର ତଦାରଖ କରୁଛନ୍ତି । କାଳୀପୂଜା ପାଇଁ କଟକରେ ମୋଟ୍
୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଆମ ଭଦ୍ରକ ସମ୍ବାଦଦାତା ଜଣାଇଛନ୍ତି ଜିଲ୍ଲାରେ ମା’ ଭଦ୍ରକାଳୀଙ୍କୁ
ଗତକାଲି ବେଦମାତା ବେଶରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଆଜି
ମହାକାଳୀ ବେଶରେ ପୂଜା କରାଯାଇଛି । ତେବେ ସୂର୍ଯ୍ୟୋପରାଗ ଯୋଗୁ ଁ
ମା’ଙ୍କର ଦର୍ଶନ ବନ୍ଦ ରହିଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.