ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା

0 1,277

ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଯଥାରିତି ଆରମ୍ଭ ହୋଇଛି। ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ଏହି ପୂଜା ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଜନଗହଳି ପରିଲକ୍ଷିତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୧୭୮ଟି ପୂଜା ମଣ୍ଡପରେ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ୍‍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ କମିଶନରେଟ୍‍ ପୋଲିସ୍‍ ପକ୍ଷରୁ ୩୦ ପ୍ଲାଟୁନ୍‍ ପୋଲିସ୍‍ ଫୋର୍ସ ମୁତୟନ କରାଯାଇଛି। କଟକରେ ଗମନାଗମନର ସୁବିଧା ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ କେତେକ ରାସ୍ତାକୁ ଏକତରଫା କରାଯାଇଛି। ଚଳିତବର୍ଷ ସହରରେ ୨୭ଟି ମଣ୍ଡପରେ ହୋଇଥିବା ଚାନ୍ଦିମେଢ଼ ଓ ସୁନା ଅଳଙ୍କାର ପାଇଁ ପୁଲିସ୍‍ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏଥିପାଇଁ ୧୧୫ରୁ ଅଧିକ ସିସି କ୍ୟାମେରା ଖଂଜାଯାଇଛି। ୩୦୦ ପୁଲିସ୍‍ ଅଫିସର, ୫୦ ପ୍ଲାଟୁନ୍‍ ଫୋର୍ସ ଓ ବିଭିନ୍ନ ପୂଜାକମିଟିର ସୁପାରିଶ ଆଧାରରେ ୮୦୦ ସ୍ୱେଚ୍ଛାସେବୀ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ମା’
ଜୟଦୁର୍ଗାଙ୍କ ଆଜି ଦଶଭୁଜା ବେଶ ଅନୁଷ୍ଠିତ ହୋଇଛି। ଏହାଛଡା ଜିଲ୍ଲାର ବାସୁଦେବପୁର, ଭଦ୍ରକ ଓ ଧାମନଗର ବ୍ଲକର ବିଭିନ୍ନ୍‍ ଗ୍ରାମପଞ୍ଚାୟତରେ ଦଶହରାରେ ବଳଦ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯିବା ସହିତ
ଗ୍ରାମଦେବୀଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଛି।

Leave A Reply