ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁହାର ହ୍ରାସ ପାଇଛି – ଯାହାକି ବିଶ୍ୱରେ ସର୍ବନିମ୍ନ
ନୂଆଦିଲ୍ଲୀ – ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁହାର ହ୍ରାସ ପାଇଛି । ଯାହାକି ବିଶ୍ୱରେ ସର୍ବନିମ୍ନ ବୋଲି କୁହାଯାଇଛି ।
ଦେଶରେକରୋନା ମୃତ୍ୟୁ ହାର ୩.୩୦ରୁ ୨. ୮୭ପ୍ରତିଶତକୁ ହ୍ରାସ ପାଉଛି । ଲକ୍ଡାଉନ ଏବଂ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ଯୋଗୁଁ ଦେଶରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୧୦. ୭ଟି ମାମଲା ରିପୋର୍ଟ ହେଉଥିବାବେଳେ ବିଶ୍ୱରେ ଏହି ସଂଖ୍ୟା ୬୯. ୯ରହିଛି । ସେହିପରି ବିଶ୍ୱରେ ୧ଲକ୍ଷ ଲୋକଙ୍କ ମଧ୍ୟରୁ ମୃତ୍ୟୁ ହାର ୪. ୫ ଥିବାବେଳେ ଭାରତରେ ଏହା ୦. ୩ ରହିଛି, ଯାହାକି ସର୍ବନିମ୍ନ । ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ୪୧. ୬୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ମାର୍ଚ୍ଚ ମାସରେ ୪୧. ୭୧ ପ୍ରତିଶତ ଥିଲା । ଅନ୍ୟପକ୍ଷରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୫ହଜାର ୩୮୦ରେ ପହଞ୍ଚିଛି । ୬୦ହଜାର ୪୯୧ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୪ହଜାର ୧୬୭ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ୮୦ହଜାର ୭୨୨ଟି ସକ୍ରିୟ ମାମଲା ରହିଛି ।