ଚଳିତ ବର୍ଷ ଯୁକ୍ତ୩ ଛାତ୍ରଛାତ୍ରୀମାନଙ୍କର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍ ପରୀକ୍ଷା ହେବ ନାହିଁ

0 2,150

ଭୁବନେଶ୍ୱର – ଚଳିତ ବର୍ଷ +୩ ଛାତ୍ରଛାତ୍ରୀମାନଙ୍କର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର୍ ହେବ ନାହିଁ। ସେହିପରି ସ୍ନାତକୋତର ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ସେମିଷ୍ଟାରକୁ ମଧ୍ୟ ବାତିଲ୍ କରାଯାଇଛି। ଆଜି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର କୂଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର  ସାହୁ କହିଛନ୍ତି ଯେ, ବିକଳ୍ପ ବ୍ୟବସ୍ଥା ଦ୍ୱାରା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ମୂଲ୍ୟାଙ୍କନ କରି ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ।

Leave A Reply