ପିପିଲିରେ କଂଗ୍ରେସ ପ୍ରାର୍ଥୀ ପାଇଲେ ଏତିକି ଭୋଟ୍‌- ଜିତିଲେ ମହାରଥୀ ହାରିଲେ ଆଶ୍ରିତ

0 78

କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ୩ ହଜାର ୯୬୮ ଖଣ୍ଡ ଭୋଟ ପାଇ ତାଙ୍କର ଅମାନତ ହରାଇଛନ୍ତି ।

ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପିପିଲି ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୧୧ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ଶ୍ରୀ ମହାରଥୀ ଗଣତି ହୋଇଥିବା ମୋଟ ୨୫ ରାଉଣ୍ଡ ମଧ୍ୟରୁ ୯୬ ହଜାର ୧୯୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଶ୍ରୀ ପଟ୍ଟନାୟକ ୭୫ ହଜାର ୫୮୫ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ୩ ହଜାର ୯୬୮ ଖଣ୍ଡ ଭୋଟ ପାଇ ତାଙ୍କର ଅମାନତ ହରାଇଛନ୍ତି ।

ଭୋଟ ଗଣତି ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ପୁରୀସ୍ଥିତ ପେଣ୍ଠକଟା ୱେୟାର୍‍ ହାଉସ୍‍ ଠାରେ ୩ଟି ହଲ୍‍ରେ ସକାଳ ୮ଟାରୁ ଭୋଟ୍‍ ଗଣତି ହୋଇଥିଲା । ପ୍ରଥମେ ପୋଷ୍ଟାଲ୍‍ ବାଲାଟ୍‍ ଗଣତି କରାଯାଇଥିଲା ।

Leave A Reply