ରାଜ୍ୟରେ ଆସନ୍ତା ପହିଲାରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ରେ ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଛନ୍ତି ।
ତେବେ ଶ୍ରେଣୀଗୃହରେ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହା ସହ ସାମାଜିକ ଦୂରତା ବଜାୟ ରଖିବା ମଧ୍ୟ ଜରୁରୀ । ସେହିଭଳି ଛାତ୍ରାବାସଗୁଡ଼ିକୁ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।