କଟକ,୮ ଜାନୁଆରୀ ୨୦୨୪: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଅଲଟିମେଟ ଖୋ ଖୋ ସିଜନ-୨ର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୪୨-୧୯ ପଏଂଟରେ ହରାଇ ଚେନ୍ନାଇ କ୍ୱିକ ଗନ୍ସ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି । ଆଜିର ଏହି ମ୍ୟାଚ ଅଲଟିମେଟ୍ ଖୋ ଖୋ ଇତିହାସର ସବୁଠାରୁ ସ୍ମରଣୀୟ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲା, ଯେଉଁଥିରେ ଚେନ୍ନାଇ କ୍ୱିକ ଗନ୍ସର ଗୋଟିଏ ବ୍ୟାଚ ମ୍ୟାଟରେ ୬ ମିନିଟ୍ ୫୮ ସେକେଣ୍ଡ ପର୍ଯ୍ୟନ୍ତ ରହିବାରେ ସକ୍ଷମ ହୋଇଥିଲା । ଯାହାକି ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ସମୟ ଅଟେ ଏବଂ ସେମାନେ ୮ଟି ଡ୍ରିମ ରନ ପଏଂଟ ହାସଲ କରିଥିଲେ । ଚେନ୍ନାଇ କ୍ୱିକ ଗନ୍ସ ଚମତ୍କାର ଆକ୍ରମଣାତ୍ମକ ମୋଡ଼ ନେଇ ମ୍ୟାଚ୍ ଆରମ୍ଭ କରିଥିଲା । ସେମାନେ ପ୍ରଥମ ରାଜସ୍ଥାନ ୱାରିୟର୍ସ ଦଳକୁ ମାତ୍ର ୨.୨୮ ସେକେଣ୍ଡରେ ଆଉଟ କରିଥିବା ବେଳେ ସଚିନ ଭର୍ଗୋ ଗୋଟିଏ ସ୍କାଏଡାଇଭ କରି ଦୁଇ ଜଣ ଡିଫେଣ୍ଡରଙ୍କୁ ଆଉଟ୍ କରିଥିଲେ । ରାଜସ୍ଥାନ ୱାରିୟର୍ସର ଦ୍ୱିତୀୟ ବ୍ୟାଚ୍ ଏକ ଡ୍ରିମ ରନ୍ ପଏଂଟ ହାସଲ କରିଥିଲେ ହେଁ ଚେନ୍ନାଇ କ୍ୱିକ୍ ଗନ୍ସ ୧୬-୧ରେ ଅଗ୍ରଣୀ ହାସଲ କରି ଶୀର୍ଷରେ ରହିଥିଲା । ରାମଜୀ କଶ୍ୟପ, ମଦନ ଏବଂ ବିଜୟ ସିନ୍ଦେଙ୍କ ପ୍ରଥମ ଚେନ୍ନାଇ କ୍ୱିକ ଗନସ ଦଳ ଡ୍ରିମ ରନ ପଏଂଟ ହାସଲ କରିଥିଲେ । ପ୍ରଥମ ଇନିଂସ ଶେଷ ସୁଦ୍ଧା ସ୍କୋର ଚେନ୍ନାଇ କ୍ୱିକ୍ ଗନ୍ସ ସପକ୍ଷରେ ୨୪-୭ ରହିଥିଲା । ଟର୍ଣ୍ଣ-୩ରେ ଚେନ୍ନାଇ କ୍ୱିକ ଗନ୍ସ ରାଜସ୍ଥାନ ୱାରିୟର୍ସକୁ ଶେଷ ମୋଡ଼ରେ ୩୩ ପଏଂଟ ବ୍ୟବଧାନରେ ପକାଇଦେଲା ।
ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ତେଲୁଗୁ ୟୋଦ୍ଧାସଙ୍କୁ ୪୨-୨୨ ପଏଂଟରେ ପରାସ୍ତ କରି ଅଲଟିମେଟ ଖୋ ଖୋ ସିଜନ-୨ ଟେବୁଲର ଶୀର୍ଷରେ ପହଂଚିଛି ଗୁଜରାଟ ଜାଏଂଟସ । ଗୁଜରାଟ ଜାଏଂଟସର ଡିଫେଣ୍ଡରମାନେ ମୋଟ ୮ଟି ଡ୍ରିମ ରନ୍ ପଏଂଟ ହାସଲ କରିଥିବାବେଳେ ଦୃଢ଼ ରକ୍ଷଣାତ୍ମକ ପ୍ରଦର୍ଶନ ବଳରେ ଏହି ବିଜୟ ହାସଲ କରିଥିଲେ । ଗୁଜରାଟ ଜାଏଂଟସ ପକ୍ଷରୁ ଅର୍ଣ୍ଣବ ପାଟନକର ଓ ଭି ସୁବ୍ରମଣି ୧୦ ପଏଂଟ ଲେଖାଏଁ ହାସଲ କରିବା ସହିତ ଖେଳକୁ ଆକ୍ରମଣାତ୍ମକ ଭାବେ ଆଗକୁ ବଢ଼ାଇଥିଲେ । ମଙ୍ଗଳବାର ଗ୍ରୁପ୍ ମ୍ୟାଚର ଅନ୍ତିମ ରାଉଣ୍ଡରେ ଓଡ଼ିଶା ଜଗରନଟ୍ସ ମୁମ୍ବାଇ ଖିଲାଡିକୁ ଭେଟିବାକୁ ଯାଉଥିବାବେଳେ ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜାଏଂଟ୍ସ ସହ ମୁହାଁମୁହିଁ ହେବ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।
ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ଚେନ୍ନାଇ କ୍ୱିକ୍ ଗନ୍ସରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥିଲେ । ସେହିଭଳି ବିପକ୍ଷ ଦଳ ରାଜସ୍ଥାନ ୱାରିୟର୍ସରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ପ୍ରମୁଖ ସାମିଲ ଥିଲେ ।
Comments are closed, but trackbacks and pingbacks are open.