ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି

0 2,911

ଭୁବନେଶ୍ୱର ୧୦।୧୧ – ସାମୁଦ୍ରିକ ଝଡ଼ ବୁଲ୍‍ବୁଲ୍‍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍‍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବହୁ ଗଛ ଓ ବିଦ୍ୟୁତ୍‍ଖୁଣ୍ଟ ଉପୁଡି ପଡିଛି । ପାରାଦ୍ୱୀପରେ ସର୍ବାଧିକ ୨୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ରାଜନଗରରେ ୧୮୦ ମିଲିମିଟର ଓ ଚାନ୍ଦବାଲିରେ ୧୭୯ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ୬ଲକ୍ଷ ହେକ୍ଟର ଜମିରେ ୪୦ଭାଗ ଫସଲ ନଷ୍ଟ ହୋଇଛି । କାନ୍ଥପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ହଜାର ୬୮୨ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବୁଲ୍‍ବୁଲ୍‍ ପ୍ରଭାବରେ କ୍ଷୟକ୍ଷତିର ଆକଳନ କରିବାପାଇଁ ରାଜ୍ୟ ସରକାର ଏକ କେନ୍ଦ୍ରୀୟଟିମ୍‍ ପଠାଇବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଗତକାଲଇ ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ
କ୍ୟାବିନେଟ୍‍ ସଚିବଙ୍କ ସହ ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳରେ ଖୁବ୍‍ଶୀଘ୍ର ରାସ୍ତା ସଫା କରାଯିବା ସହ ଦୁଇଦିନ ମଧ୍ୟରେ ବିଦ୍ୟୁତ୍‍ ଯୋଗାଣ ସ୍ୱାଭାବିକ ହେବ ବୋଲି ସେ
କହିଛନ୍ତି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ସବୁସ୍ଥାନରେ ସ୍ଥିତି ସ୍ୱାଭାବିକ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Leave A Reply