ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହିଦିନ ଭଗବାନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ । ଏଥିସହ ଏହିଦିନ ମଧ୍ୟ ଗୌତମବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ କର
ିବା ସହ ମୋକ୍ଷପ୍ରାପ୍ତ କରିଥିଲେ ।
ବୁଦ୍ଧ ପୂର୍ଣ୍ଣିମା ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ବୁଦ୍ଧ ହେଉଛନ୍ତି ବିଶ୍ୱର ଅନ୍ୟତମ ଆଧ୍ୟାତ୍ମିକ ଗୁରୁ, ଯିଏକି ଦୁଃଖର କାରଣ ଓ ମୋକ୍ଷ ପ୍ରାପ୍ତି ସଂପର୍କରେ ବାଣୀ ପ୍ରଚାର କରିଥିଲେ ।
ଭଗବାନ ବୁଦ୍ଧ ଏବଂ ତାଙ୍କର ଧମ୍ମ ସୁଖପ୍ରାପ୍ତି ତଥା ନୈତିକ ପଥରେ ଚାଲିବା ପାଇଁ ମାର୍ଗ ପ୍ରଦର୍ଶନ କରିଥାଏ । ବୁଦ୍ଧଙ୍କ ପ୍ରଦର୍ଶିତ ବାଣୀ ଅହିଂସା, ସମାନତା ଓ ବିଶ୍ୱ ଭ୍ରାତୃତ୍ୱ ପଥରେ ଜନସାଧାରଣ ଅଗ୍ରସର ହେବା ଉଚିତ ବୋଲି ଶ୍ରୀ ନାଇଡୁ କହିଛନ୍ତି ।
Comments are closed, but trackbacks and pingbacks are open.