ଯାଜପୁର..- ଏକ ତରଫା ପ୍ରେମକରି ପ୍ରେମିକାକୁ ଧାରୁଆ ଅସ୍ତ୍ରରେ ଗୁରୁତର କରିବା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା ବ୍ରହ୍ମବରଦ ବନ୍ଧ ଡିହ ଗ୍ରାମରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କ ନାମ ଧନ ସାହୁ ବୋଲି ସୂଚନା ମିଳିଥିବା ବେଳେ ଯୁବତୀ ଜଣଙ୍କ ସେହି ଗ୍ରାମର ବୋଲି ଜଣା ପଡିଛି ।
ଯୁବତୀ ଜଣଙ୍କୁ କଟକକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣଙ୍କୁ ଯାଜପୁରରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।