ବିଜେପିର ସଙ୍କଳ୍ପ ପତ୍ର ଜାରି ,ସ୍ୱାସ୍ଥ୍ୟ ଶିକ୍ଷା ଓ ରୋଜଗାର ଉପରେ ଜୋର

0 775

ମୁମ୍ବଇ – ବିଜେପିର ସଙ୍କଳ୍ପ ପତ୍ର ଜାରି କରାଯାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । ଶିବସେନା ବି ୧୦ ଟଙ୍କାରେ ପେଟପୁରା ଖାଇବା ସହ ସମସ୍ତଙ୍କୁ ଘର , କୃଷକଙ୍କୁ ଅଧିକ ରୋଜଗାର, ବିଜୁଳି ଦର ୩୦ ପ୍ରତିଶତ ହ୍ରାସ ,କୃଷି ଋଣ ଛାଡ କଥା ଏଥିରେ ଉଲ୍ଲେଖ  କରିଛି ।

ଏବେ ପୁଣିଥିରେ ଶାସନକୁ ଫେରିବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରୁଛି । ଏଥିପାଇଁ ଘୋଷଣା ପତ୍ରରେ କୃଷକଙ୍କ ସହ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଜୋର ଦିଆଯାଇଛି ।
ଲୋକଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ଘୋଷଣା ପତ୍ରରେ ଉଲ୍ଲେଖ ରହିଛି । ଏଥିରେ ସମସ୍ତ ବର୍ଗର ସ୍ୱାସ୍ଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ।

ଯୁବକମାନଙ୍କ ପାଇଁ ବି ଘୋଷଣାପତ୍ରରେ ଉଲ୍ଲେଖ ରହିଛି । କୃଷକମାନଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ବିଜୁଳି ଦେବା ପାଇଁ ଏଥିରେ ଉଲ୍ଲେଖ ରହିଛି ।

Leave A Reply