ଭୁବନେଶ୍ୱର . – ଚଳିତ ଷୋଡଶ ବିଧାନସଭାରେ ଅନୁମୋଦିତ ହୋଇଥିବା ରାଜ୍ୟ ସରକାରଙ୍କ ୪୩ଟି ବିଭାଗ ଖର୍ଚ ଦାବି ବିନିଯୋଗ ଉପରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ ହଜାର ଟଙ୍କାର ବିନିଯୋଗ ବିଲ ବୁଧବାରରେ ଗୃହରେ ଆଗତ କରିଛନ୍ତି।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବକୁଳ ବନରେ ଓଡିଆ ବିଶ୍ୱବିଦ୍ୟାଳୟର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ କାମ ହୋଇ ନ ଥିବା ପ୍ରସଙ୍ଗ ଉଠାଇଥିଲେ ଓ
ସରକାର ଏହି କାମ ଶୀଘ୍ର କରିବାକୁ ବାଚସ୍ପତିଙ୍କ ଜରିଆରେ ଦାବି କରିଥିଲେ।
ଶୂନ୍ୟକାଳରେ ଏହି ପ୍ରଶ୍ନ ଉତଥାପନ କରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ
ସତ୍ୟବାଦୀର ବକୁଳ ବନରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୯ ମାସ ତଳେ ଶୁଭ ଦେଇଥିଲେ। ମାତ୍ର ୯ ମାସ ବିତି ଗଲେ ସୁଦ୍ଧା ସେଠାରେ କୌଣସି ପ୍ରକାର ପଦକ୍ଷେପ
ନିଆ ଯାଇ ନାହିାଁ କୌଣସି ଯୋଜନା ନ ଥାଇ ଓଡିଆ ଜାତିକୁ ପ୍ରତାରିତ କରିବା ପାଇଁ ଭୋଟ ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବା ଭଳି ଲାଗୁଛି। ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଯେ ଏ
ସମ୍ପର୍କରେ ପଦକ୍ଷେପ ନେବାକୁ ରାଜ୍ୟସରକାରଙ୍କୁ ସେ ନିର୍ଦେଶ ଦିଅନ୍ତୁ। ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ମଧୁବାବୁଙ୍କ ବିନା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇ ପାରି ନ ଥାନ୍ତା। ତେଣୁ ସେ ମଧୁବାବୁଙ୍କୁ ମରଣୋତର ଭାରତରତ୍ନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ରର ପ୍ରାପ୍ତି ସ୍ୱୀକାର ତାଙ୍କୁ ମିଳିଲା ନାହିାଁ ସେ ପୁଣି ଥରେ ଏହି ଦାବି କରୁଛନ୍ତି ବୋଲି କହିଥିଲେ।
ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ କହିଥିଲେ ଯେ ସିଟି ଓ ବିଏଡ ଟ୍ରେନିଂ ନେଇଥିବା ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ଗେଷ୍ଟ ଟିଚର ଭାବେ କାମ ଦିଆ ଯାଉ। ସେ କହିଛନ୍ତି ଯେ
ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ବଦଳରେ ବେକାର ଥିବା ଓ ତାଲିମ ପ୍ରାପ୍ତ ସିଟି ବିଏଡ ଯୁବକ ଯୁବତୀ ମାନଙ୍କୁ କାମ ଦେଲେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି ସେ କହିଥିଲେ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗତ କାଲି ରାଜ୍ୟସଭାରେ ପାରିତ ହୋଇଥିବା ତିନି ତଲାକ ବିଲକୁ ବିଜେଡିର ସମର୍ଥନକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ କହିଥିଲେ ଏହା ବିଜେଡିର ଡବଲ ଷ୍ଟାଣ୍ଡାର୍ଡକୁ ପ୍ରଦର୍ଶନ କରୁଛି। ଶୂନ୍ୟକାଳରେ ଶ୍ରୀ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହି ବିଲକୁ ଏନଡିଏର ସହଯୋଗୀ ଦଳ ନୀତିଶ କୁମାରଙ୍କ ଦଳ ଜନତା ଦଳ (ୟୁ) ମଧ୍ୟ ସମର୍ଥନ ଦେବା ପରିବର୍ତେ ଭୋଟଦାନ ବେଳେ କକ୍ଷତ୍ୟାଗ କରିଥିଲା। ହେଲେ ବିଜେଡିର ସଦସ୍ୟ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ହ୍ୱିପ ଜାରୀ କରା ଯାଇଥିଲା। ବିଜେପି ଓ କଂଗ୍ରେସ ଠାରୁ ସମାନ ଦୂରତାରେ ରହୁଥିବା କଥା କହୁଥିବା ବିଜେଡିର ଏହା ଡବଲ ଷ୍ଟାଣ୍ଡାର୍ଡ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥି କହିଥିଲେ ଯେ ଗୃହରେ ଉପସ୍ଥିତ ନ ଥିବା ବ୍ୟକ୍ତିବିଶେଷଙ୍କ ନାମ ଗୃହରେ ନେବାକୁ ହେଲେ ପୂର୍ବରୁ ଅନୁମତି ନେବାକୁ ପଡିବ ବୋଲି ବାଚସ୍ପତି ଦେଇଥିବା ରୁଲିଂର ସୁଦୁର ପ୍ରସାରୀ ପ୍ରଭାବ ହେବ ବୋଲି କହିଥିଲେ। ବାଚସ୍ପତି ଏହି ପ୍ରସଙ୍ଗରେ
କହିଥିଲେ ଯେ ନିୟମ ଓ ପୂର୍ବତନ ବାଚସ୍ପତିଙ୍କ ରୁଲିଂ ଆଧାରରେ ସେ ଏହି ନିଷ୍ପତି ଶୁଣାଇଛନ୍ତି। ତେବେ ସେ ଏ ବାବଦରେ ଲେଖି ଜଣାଇଲେ ତା ଉପରେ ସେ ବିଚାର କରିବେ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ।
ମହିଳା ମାନଙ୍କର ସଶକ୍ତିକରଣ ପାଇଁ ବିଜେଡି ମୁଖ୍ୟ ନବୀନ ବାବୁ ତିନି ତଲାକ ବିଲକୁ ସମର୍ଥନ ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରିଥିବା ଅମର ଶତପଥୀ ସୂଚନା ଦେଇଥିଲେ ।