୬୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ହାସଲ କରିଛି ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ

78

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ବ୍ୟାଙ୍କ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଗତ ଜୁନ୍ ୩୦ ତାରିଖରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକ ପାଇଁ ଏହାର ମୋଟ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ୬୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ବାର୍ଷିକ ଆଧାରରେ ୫୨% ଅଧିକ ଅଟେ । ବ୍ୟାଙ୍କର ଶୁଦ୍ଧ ଲାଭ ୭.୨ କୋଟି ଟଙ୍କା ରହିଛି ଯାହା ବାର୍ଷିକ ଆଧାରରେ ୪୧% ଅଧିକ ଅଟେ । ପ୍ରଥମ ତ୍ରୈମାସିକ ସମୟରେ ବ୍ୟାଙ୍କର ମନ୍ଥ୍‌ଲି ଟ୍ରାଞ୍ଜାକ୍ଟିଙ୍ଗ ୟୁଜର୍ସ (ଏମ୍‌ଟିୟୁ) ୮୮ ମିଲିୟନ ଅତିକ୍ରମ କରିଛି ଯାହା ବାର୍ଷିକ ଆଧାରରେ ୫୩% ବୃଦ୍ଧି ହୋଇ ୨୯୪୩ କୋଟି ଟଙ୍କାରେ ପହଂଚିଛି । ବ୍ୟାଙ୍କର ବାର୍ଷିକ ଗ୍ରସ୍ ମର୍ଚ୍ଚାଣ୍ଡାଇଜ୍ ଭାଲ୍ୟୁ (ଜିଏମ୍‌ଭି) ୩୪୦୦ ବିଲିୟନ ଟଙ୍କାରୁ ଅଧିକ ରହିଛି । ରାଜସ୍ୱ ଓ ଏମ୍‌ଟିୟୁରେ ଅଭିବୃଦ୍ଧି ପ୍ରାଥମିକ ରୂପେ ବ୍ୟାଙ୍କର ଡିଜିଟାଲ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟରେ ଏକ ବୃଦ୍ଧି ସହିତ ଅନ୍ୟାନ୍ୟ ଡିଜିଟାଲ ସୁବିଧାଗୁଡ଼ିକ ଦ୍ୱାରା ପରିଚାଳିତ ହୋଇଛି । ବ୍ୟାଙ୍କର ପରିବେଶ ଅନୁକୂଳ ଏନ୍‌ସିଏମ୍‌ସି ସକ୍ଷମ କାର୍ଡଗୁଡିକ ପାଇଁ ଏକ ମଜବୁତ ଚାହିଦା ଓ ଉପଯୋଗ ଦେଖିବାକୁ ମିଳିଛି ।
ଏସମ୍ପର୍କରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, “ ଆମର ରାଜସ୍ୱ ପ୍ରଥମ ଥର ପାଇଁ ୬୦୦ କୋଟି ଟଙ୍କା ଅତିକ୍ରମ କରିବା ସହିତ ଆମେ ଚଳିତ ତ୍ରୈମାସିକରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ପର୍କରେ ଘୋଷଣା କରି ଆନନ୍ଦିତ । ଏହି ଶିଳ୍ପ ଅଗ୍ରଣୀ ଅଭିବୃଦ୍ଧି ଭାରତ ପାଇଁ ଆମର ଫ୍ଲାଗ୍‌ସିପ ସୁରକ୍ଷିତ ଦୈନନ୍ଦିନ ଟ୍ରାଞ୍ଜାକ୍ସନ ଆକାଉଂଟର ମଜବୁତ ଗ୍ରହଣୀୟତା ଏବଂ ଆମର ସମସ୍ତ ବ୍ୟବସାୟଗୁଡିକରେ ଡିଜିଟାଲ ପେମେଂଟ୍‌ସ କ୍ଷେତ୍ରରେ ଏକ ବୃଦ୍ଧି ଦ୍ୱାରା ପରିଚାଳିତ ହୋଇଛି । ବ୍ୟାଙ୍କ ଆଜି ଭାରତର ସର୍ବବୃହତ ଅଣଉନ୍ମୋଚିତ ଡିଜିଟାଲ ସୁଯୋଗଗୁଡିକର ବ୍ୟାପକ ଲାଭ ଉଠାଉଥିବା ଶ୍ରେଣୀର ପ୍ରଥମ ସଂସ୍ଥା ଭାବେ ସୁବ୍ୟବସ୍ଥିତ ରହିଛି ।”
ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ୩ଟି ଭିନ୍ନ ଭିନ୍ନ ସେଗ୍‌ମେଂଟ୍ ଯଥା ଅର୍ବାନ ଡିଜିଟାଲ, ଅଣ୍ଡରବ୍ୟାଙ୍କ୍‌ଡ, ଇଣ୍ଡଷ୍ଟ୍ରୀଜ୍ ଆଣ୍ଡ ଇନ୍‌ଷ୍ଟିଚ୍ୟୁଶନ୍‌ସର ଆବଶ୍ୟକତା ପୂରଣ କରୁଛି । ଇନ୍ସୁରାନ୍ସ, ଋଣ ଓ ନିବେଶ ସମାଧାନ ସମେତ ଡିଜିଟାଲ ଆର୍ଥିକ ସେବାଗୁଡିକର ଏକ ଶୃଙ୍ଖଳା ସମେତ ବିସ୍ତୃତ ଏଣ୍ଡ୍‌-ଟୁ-ଏଣ୍ଡ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରଦାନ କରୁଛି । ନିଜର ପ୍ଲାଟ୍‌ଫର୍ମଗୁଡିକରେ ବାର୍ଷିକ ୮ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନର ପ୍ରୋସେସିଂ କରାଉଥିବା ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ମୋବାଇଲ ବ୍ୟାଙ୍କିଙ୍ଗ୍ ଉପଭୋକ୍ତାଙ୍କ ମଧ୍ୟରେ ୬ଷ୍ଠ ସର୍ବବୃହତ୍ ସଂସ୍ଥା ଭାବେ ସ୍ଥାନିତ ହୋଇଛି । ବ୍ୟାଙ୍କ ୫ ଲକ୍ଷରୁ ଅଧିକ ନେବରହୁଡ୍‌-ବ୍ୟାଙ୍କିଙ୍ଗ୍ ପଏଂଟ୍ ସମେତ ଏହାର ସର୍ବବୃହତ ବ୍ୟାଙ୍କିଙ୍ଗ୍ ନେଟ୍‌ୱର୍କ ସହ ସୁଦୂର ଗ୍ରାମାଂଚଳଗୁଡିକୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଉପଲବ୍ଧତାର ଆହ୍ୱାନକୁ ସମାଧାନ କରୁଛି । ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ହେଉଛି ଭାରତରେ ସବୁଠାରୁ ବଡ ମାଇକ୍ରୋ-କ୍ୟାଶ ସଂସ୍ଥା, ବର୍ତମାନ ୪୦୦୦ରୁ ଅଧିକ କର୍ପୋରେଟ ପାର୍ଟନରଙ୍କ ସହିତ ମାସିକ ୮୦୦୦ କୋଟି ଟଙ୍କାରୁ ଅଧିକ ନଗଦର ଡିଜିଟାଲୀକରଣ କରୁଛି ।

Comments are closed, but trackbacks and pingbacks are open.