
ଭୁବନେଶ୍ୱର: ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍ର ପ୍ରସ୍ତାବିତ ୨୦,୦୦୦ କୋଟି ଟଙ୍କାର ଫର୍ଦର ପବ୍ଲିକ୍ ଅଫରିଂ (ଏଫ୍ପିଓ) ୨୦୨୩ ଜାନୁଆରି ୨୭ ତାରିଖରେ ଖୋଲିବ । ଏହି ଏଫ୍ପିଓରେ ସାମିଲ ରହିଛି ଆଂଶିକ ପେଡ୍-ଅପ୍ ଇକ୍ୱିଟି ପୁଞ୍ଜି । ଏହି ଅଫରରେ ୫୦ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର କଂପାନିର କର୍ମଚାରୀମାନଙ୍କ ପାଇଁ ସଂରକ୍ଷିତ ରହିଛି । ଖୁଚୁରା ନିବେଶକମାନଙ୍କୁ ଅଫର ମୂଲ୍ୟ ଉପରେ ରିହାତି ପ୍ରଦାନ କରାଯିବ ।
ଏଫ୍ପିଓରେ ଇକ୍ୱିଟି ସେୟାର ପିଛା ଦାମ୍ ୩,୧୧୨ ଟଙ୍କାରୁ ୩୨୭୬ ଟଙ୍କା ମଧ୍ୟରେ ରହିଛି । ସର୍ବନିମ୍ନ ୪ଟି ଏଫ୍ପିଓ ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ଚାରି ଲେଖାଏଁ ସେୟାରର ଗୁଣିତକ ହିସାବରେ ତାହାକୁ ଆଗକୁ ବଢ଼ାଇହେବ । ବିଡ୍/ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ ଆଙ୍କର ନିବେଶକମାନେ ବିଡ୍ ଦାଖଲ କରିପାରିବେ । ଏଫ୍ପିଓ ଅଫର ୨୦୨୩ ଜାନୁଆରି ୩୧ରେ ବନ୍ଦ ହେବ । ୟୁପିଆଇ ସମୟ ଶେଷ ତାରିଖର ଅପରାହ୍ନ ୫ଟାରେ ବନ୍ଦ ହେବ । ଖୁଚୁରା ନିବେଶକମାନଙ୍କ ଏଫ୍ପିଓ ଇକ୍ୱିଟି ସେୟାର ଉପରେ ୬୪ ଟଙ୍କାର ରିହାତି ପ୍ରଦାନ କରାଯିବ । ୨୦୨୩ ଜାନୁଆରି ୧୮ ତାରିଖରେ ଦାଖଲ କରାଯାଇଥିବା ରେଡ୍ ହେରିଂ ପ୍ରୋସ୍ପେକ୍ଟସରେ ଏହି ରିହାତି ବିଷୟରେ ଉଲ୍ଲେଖ ରହିଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ସେଥିରୁ ୧୦,୮୬୯ କୋଟି ଟଙ୍କାକୁ ବିଭିନ୍ନ ସହାୟକ କଂପାନିର ପୁଞ୍ଜି ବ୍ୟୟ ଭାବେ ଖର୍ଚ କରାଯିବ । ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, କିଛି ବିମାନବନ୍ଦର ସୁବିଧା ସୁଯୋଗରେ ଉନ୍ନତି, ନୂଆ ଏକ୍ସପ୍ରେସ୍ୱେର ନିର୍ମାଣ ଆଦିରେ ତାହାକୁ ବ୍ୟବହାର କରାଯିବ । କଂପାନି ଓ ତାହାର ସହାୟକ ସଂସ୍ଥା ଯଥା ଆଦାନି ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍, ଆଦାନି ରୋଡ୍ ଟ୍ରାନ୍ସପୋର୍ଟ ଲିମିଟେଡ୍ ଏବଂ ମୁନ୍ଦ୍ରା ସୋଲାର ଳିମିଟେଡ୍ ଆଦିର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ ୪,୧୬୫ କୋଟି ଟଙ୍କା ବ୍ୟବହାର କରାଯିବ । ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଏହି ଇକ୍ୱିଟି ସେୟାରଗୁଡ଼ିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଏସ୍ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍, ବିଓବି କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟସ୍ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍, ଆଇଆଇଏଫ୍ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍, ମୋନାର୍ଚ ନେଟ୍ୱର୍ଥ କ୍ୟାପିଟାଲ୍ ଲିମିଟେଡ୍ ଏବଂ ଏଲାରା କ୍ୟାପିଟାଲ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।
Comments are closed, but trackbacks and pingbacks are open.