ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଏଫ୍ଡି ଉପରେ ୮% ସୁଧ ପ୍ରଦାନ; ନୂଆ ଅବଧିର ଶୁଭାରମ୍ଭ
ବ୍ୟାଙ୍କ୍ ପକ୍ଷରୁ ଏଫ୍ଡି ଉପରେ ୮% ସୁଧ ପ୍ରଦାନ
୬୦୦ ଦିନିଆ ଅବଧିର ସ୍ୱତନ୍ତ୍ର ଅଫର୍
ବ୍ୟାଙ୍କ୍ ପକ୍ଷରୁ ଶିଳ୍ପର ଅନ୍ୟତମ ସର୍ବାଧିକ ସୁଧ ପ୍ରଦାନ କରାଯାଉଛି
ନୂଆ ଅବଧି ନଭେମ୍ବର ୭ରୁ ଲାଗୁ ହେବ, ସୀମିତ ସମୟ ପାଇଁ ଉପଲବ୍ଧ ରହିବ
ଭୁବନେଶ୍ୱର: ଅନ୍ୟତମ ଅଗ୍ରଣୀ ସାର୍ବଜନୀନ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଉପରେ ସର୍ବାଧିକ ସୁଧ ହାରର ଏକ ସ୍ୱତନ୍ତ୍ର ସୀମିତ ଅଫର୍ ଘୋଷଣା କରାଯାଇଛି । ୨ କୋଟି ଟଙ୍କା ପର୍ଯ୍ୟନ୍ତର ରିଟେଲ୍ ଜମା ଉପରେ ଏହି ହାର ଲାଗୁ ହେବ ଏବଂ ୨୦୨୨ ନଭେମ୍ବର ୭ରୁ ତାହା କାର୍ଯ୍ୟକାରୀ ହେବ । ନୂଆ ଜମା ତଥା ମାଚ୍ୟୁରିଟି ପରେ ନବୀକରଣ ହେଉଥିବା ଜମା ଉପରେ ତାହା ଲାଗୁ ହେବ । ଏହି ନୂଆ ଅଫର୍ ସହିତ ବ୍ୟାଙ୍କ୍ ପକ୍ଷରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଫିକ୍ସଡ୍ ଡିପୋଜିଟ୍ (ମିଆଦୀ ଜମା) ଉପରେ ଅନ୍ୟତମ ସର୍ବାଧିକ ସୁଧ ପ୍ରଦାନ କରାଯାଉଛି ।
ଏହି ବୃଦ୍ଧି ସହିତ ଗ୍ରାହକମାନେ ୬୦୦ ଦିନିଆ ଅବଧିର ଜମା ଉପରେ ୭.୫% ଭଳି ଉଚ୍ଚ ହାରର ସୁଧ ପାଇବେ । ବରିଷ୍ଠ ନାଗରିକମାନେ ୦.୫୦% କିମ୍ବା ୫୦ ପଏଂଟ୍ ଅଧିକ ଲାଭ ପାଇବେ, ଯାହା ୬୦୦ ଦିନିଆ ଅବଧିର ଏଫ୍ଡି ଉପରେ ସେମାନଙ୍କୁ ୮%ର ଉଚ୍ଚ ସୁଧ ପ୍ରଦାନ କରିବ । ଏକ ବର୍ଷ ଅବଧିର ଏଫ୍ଡି ଉପରେ ବରିଷ୍ଠ ନାଗରିକମାନେ ୦.୭୫% କିମ୍ବା ୭୫ ପଏଂଟ୍ ପ୍ରତିଶତ ଭଳି ଉଚ୍ଚ ହାରରେ ସୁଧ ପାଇବେ ।
ରିଟେଲ୍ ଡୋମେଷ୍ଟିକ୍/ ଅଣ-ପ୍ରବାସୀ ଟଙ୍କା ମିଆଦୀ ଜମା ସୁଧ ହାର ଯାହା ୨୦୨୨ ନଭେମ୍ବର ୭ରୁ କାର୍ଯ୍ୟକାରୀ ହେବ ତାହା ନିମ୍ନରେ ଉପସ୍ଥାପନ କରାଯାଇଛି।
ବନ୍ଧନ ବ୍ୟାଙ୍କ୍ର ପୁରୁଣା ଗ୍ରାହକମାନେ ମଧ୍ୟ ରିଟେଲ୍ ଇଟଂରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏମ୍ବନ୍ଧନ ଆପ୍ ଜରିଆରେ ନିଜ ନିଜ ଘରେ କିମ୍ବା ଅଫିସ୍ରୁ ଆରାମରେ ରହି ଏଫ୍ଡିରେ ବୁକିଂ କିମ୍ବା ନିବେଶ କରିବାର ଲାଭକୁ ଉପଭୋଗ କରିପାରିବେ । ଅନଲାଇନ୍ ପ୍ରକ୍ରିୟା ସହ ଗ୍ରାହକମାନେ ଚିନ୍ତାମୁକ୍ତ ଢଙ୍ଗରେ ତୁରନ୍ତ ଏଫ୍ଡିକୁ ବୁକିଂ କରିପାରିବେ ।
Comments are closed, but trackbacks and pingbacks are open.