କୋଭିଡ୍ କଟକଣା ଲାଗି ଆସନ୍ତା ୧୨ ତାରଖରେ ହେବାକୁ ଥିବା ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦଦର୍ଶନ ଲାଗି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି ।
ସେହିପରି ୧୪ ତାରିଖ ବଡ଼ ଏକାଦଶୀ ଅବସରରେ ଶ୍ରଦ୍ଧାଳୁମାନେ ଏହି ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ମିଳିଛି । ୧୨ ଓ ୧୪ ତାରିଖ ଦୁଇଦିନ ଲାଗି ମନ୍ଦିର ନିକଟରେ ୧୪୪ ଧାରା ଜାରି କରାଯିବ ବୋଲି ଜଣାପଡିଛି ।