ଯୁକ୍ତ ଦୁଇ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୬ ହଜାର ୪୬୪ ଜଣଙ୍କ ପାଇଁ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଏହି ପର୍ଯ୍ୟାୟରେ ରେଭେନ୍ସା ଜୁନିୟର କଲେଜ୍ ଆଗରେ ରହିଛି । ଏଥିରେ କଳା ବିଭାଗରେ ଅଣାଅଶୀ ଦଶମିକ ୩/୧, ବିଜ୍ଞାନରେ ୯୧ ଦଶମିକ ୩/୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି ।
ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଯୁକ୍ତ ୩ ଶ୍ରେଣୀ ପାଇଁ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି ।