ଭୁବନେଶ୍ୱର – ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯିବା ପରେ ସେପ୍ଟେମ୍ବର ଏକ ତାରିଖରୁ ଠାରୁ ରାଜ୍ୟରେ ଏହା ଲାଗୁ ହୋଇଛି । ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗତକାଲି ଏସ୍.ଆର୍.ସି. ପ୍ରଦୀପ କୁମାର ଜେନା
ସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ପହିଲାରୁ ରାଜ୍ୟର କୌଣସି ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ରହିବ ନାହିଁ ।
ଏଥିସହ ରାତ୍ରିକାଳୀନ କର୍ଫ୍ୟୁକୁ ମଧ୍ୟ କୋହଳ କରାଯାଇଛି । କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍କର୍ଫ୍ୟୁ ବଳବତ୍ତର ରହିବ । ସକାଳ ୫ଟାରୁ ରାତି ୧୦ ଯାଏଁ ମଲ, ଦୋକାନ ବଜାର, ଅଫିସ୍ ଆଦି ଖୋଲା
ରହିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । ତେବେ ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିରେ ଅତିଥିଙ୍କ ସଂଖ୍ୟା ନେଇ କଟକଣା କୋହଳ କରାଯାଇଛି । ଏଣିକି ଏହିସବୁ ସାମାଜିକ କାର୍ଯ୍ୟରେ ସର୍ବାଧିକ ୨୫୦ ଅତିଥି ଯୋଗଦେଇପାରିବେ । ଏହା ବ୍ୟତୀତ ବିବାହ ଶୋଭାଯାତ୍ରାରେ ୫୦ ଜଣଙ୍କୁ ସାମିଲ କରାଯାଇ ପାରିବ । ସେହିପରି ଶତ ପ୍ରତିଶତ କ୍ଷମତାକୁ ନେଇ ମଲ୍ ଓ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତ ସଂଗ୍ରହାଳୟ, ପାଠାଗାର କୋଭିଡ୍ ନିୟମ
ଅନୁସାରେ ଖୋଲାଯାଇପାରିବ ବୋଲି ଏସ୍.ଆର୍.ସି. କହିଛନ୍ତି ।