ginger ମୁଖ୍ୟ ଖବରଲାଇଫଷ୍ଟାଇଲ ଅଦା ଖାଇଲେ ସବୁ ଭଲ ଏଇ ଗୋଟିଏ ଖରାପ By odishanext Last updated May 6, 2018 0 2,426 Share ଅଦା ଖାଇବା ପୂର୍ବରୁ ଜାଣିରଖନ୍ତୁ ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହ ଶରୀରକୁ ଶକ୍ତି ପ୍ରଦାନ କରେ। ବିଶେଷଜ୍ଞଙ୍କ ମତରେ ଅଦା ଏକ ଉପଯୋଗୀ ପରିବା। ପ୍ରତ୍ୟେକଦିନ ବିଭିନ୍ନ ଖାଦ୍ୟଦ୍ରବ୍ୟରେ ଏହାର ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ସକାଳୁ ଖାଲିପେଟରେ ନଖଉଷୁମ ପାଣି ଗିଲାସେରେ ଅଧ ଚାମଚ ଅଦା ରସ ମିଶାଇ ପିଇଲେ ସମସ୍ତ ପେଟ ସମସ୍ୟା ଦୂର ହୋଇଥାଏ। ସକାଳବେଳା ଅଦା ଚା’ ପିଇବା ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ତଥ୍ୟରୁ ଜଣାପଡ଼ିଛି। ଗର୍ଭବତୀ ମହିଳା ଅଦା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। କାରଣ ଗର୍ଭାବସ୍ଥାର ଶେଷ ୩ମାସରେ ଅଦା ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ବୋଲି କେତେକ ତଥ୍ୟରୁ ପ୍ରକାଶ। ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ବ୍ୟକ୍ତି ଅଦା ଚା’ କିମ୍ବା ଅଦାମିଶ୍ରିତ ପାଣି ପିଇବା ଉତ୍ତମ। ତେବେ ଦୁର୍ବଳ ବ୍ୟକ୍ତି ଅଦା ଉପଯୋଗ ନକରିବା ଉଚିତ। ରକ୍ତସମ୍ପର୍କିତ କୌଣସି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଅଦାର ସେବନ କରିବା ଅନୁଚିତ। 0 2,426 Share