ଭାରତରେ ବିଗ୍‌ୱିଙ୍ଗ୍‌ ସୋ’ରୁମ୍‌ରେ ହୋଣ୍ଡା ସିବି୫୦୦ଏକ୍ସର ମେଗା ପ୍ରବେଶ

0 4,008

ଭୁବନେଶ୍ୱର: ହୋଣ୍ଡା ମୋଟର୍‌ସାଇକଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଟ୍ୱିନ୍‌ କମ୍ପାକ୍ଟ ଆଡ୍‌ଭେଂଚର ବାଇକ୍‌ ସିବି୫୦୦ଏକ୍ସ ଭାରତରେ ବିଗ୍‌ ୱିଙ୍ଗ୍‌ ସୋ’ରୁମ୍‌ରେ ପ୍ରବେଶ କରିଛି । କମ୍ପ୍ଲିଟ୍‌ ନକ୍‌ଡ୍‌ ଡାଉନ୍‌ (ସିକେଡି) ରୁଟ୍‌ରେ ଏହା ଭାରତୀୟ ବଜାରକୁ ଆସିବ ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ଆତ୍‌ସୁସି ଓଗାମା, ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ, ହୋଣ୍ଡା ମୋଟର୍‌ସାଇକଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, “ଭାରତରେ କୌତୁକ ସଂସ୍କୃତିର ସମ୍ପ୍ରସାରଣ କରିବା ଲାଗି ଦେଇଥିବା ପ୍ରତିଶ୍ରୁତିକୁ ହୋଣ୍ଡା ପାଳନ କରୁଛି । ଆଜି ଆମେ ଆମ ପ୍ରିମିୟମ୍‌ ବାଇକ୍‌ ମଧ୍ୟରୁ ସିବି୫୦୦ଏକ୍ସକୁ ଉପସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ । ସହରର କଠିନ ସଡ଼କ ହେଉ, ଖୋଲା ରାଜପଥ କିମ୍ବା ଦେଶର ସଡ଼କ ସିବି୫୦୦ଏକ୍ସ ସର୍ବଦା ଆପଣଙ୍କ ଅଭୁଲା ଯାତ୍ରାର ସାଥୀ ହେବାକୁ ପ୍ରସ୍ତୁତ ।’’ ସିବି୫୦୦ଏକ୍ସର ବୁକିଙ୍ଗ ବିଷୟରେ ଘୋଷଣା କରି ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟର୍‌ସାଇକଲ୍‌ ଆଣ୍ଡ୍‌ ସ୍କୁଟର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କହିଛନ୍ତି ଯେ, “ଭାରତରେ କୌତୁକ ଗାଡ଼ିଚାଳନା ଅଭିଳାଷୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଏବଂ ଆମର ମଧ୍ୟମ ଆକାରର ପ୍ରିମିୟମ୍‌ ବାଇକ୍‌ ବର୍ଗକୁ ଆହୁରି ସୁଦୃଢ଼ କରି ସିବି୫୦୦ଏକ୍ସ ଅଣପାରମ୍ପରିକ ଆରୋହଣରେ ବିଶ୍ୱାସ କରୁଥିବା ରୋମାଂଚ ଉତ୍ସାହୀଙ୍କୁ ଉଲ୍ଲସିତ କରିବ । ସମାନ୍ତରାଳ ଦ୍ୱେତ ସିଲିଣ୍ଡର ଇଂଜିନ୍‌ ସହଜରେ ମିଳୁଥିବା ଶକ୍ତି ଏବଂ ବିପୁଳ ଟର୍କ ପ୍ରଦାନ କରିବ । କଠୋର ରୋମାଂଚ ଷ୍ଟାଇଲ୍‌, ଲମ୍ବା ଯାତ୍ରାର ସସ୍‌ପେନ୍‌ସନ୍‌ ସହିତ ଏକ ଲମ୍ବା ୱିଣ୍ଡ୍‌ ସ୍କ୍ରିନ୍‌ ଓ ଆହୁରି ବହୁତ କିଛି ନେଇ ସିବି୫୦୦ଏକ୍ସ ଆପଣମାନଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଭାବେ ବଂଚିବା ଲାଗି ସ୍ୱାଗତ କରୁଛି ।’’ କଂପାନି ପକ୍ଷରୁ ସିବି୫୦୦ଏକ୍ସର ବୁକିଙ୍ଗ ଆରମ୍ଭ ହୋଇଥିବା ବିଷୟରେ ଘୋଷଣା କରାଯାଇଛି । କଂପାନି ଏହାର ବିଗ୍‌ୱିଙ୍ଗ୍‌ ପାଇଁ ଉତ୍ପାଦକୁ ଦ୍ରୁତ ଗତିରେ ସମ୍ପ୍ରସାରିତ କରୁଛି ।

ଏହି ବାଇକ୍‌ ଗ୍ରାଣ୍ଡ୍‌ ପ୍ରିକ୍ସ ରେଡ୍‌ ଓ ମ୍ୟାଟ୍‌ ଗନ୍‌ପାଉଡର୍‌ ବ୍ଲାକ୍‌ ମେଟାଲିକ୍‌ ଭଳି ଦୁଇଟି ରଙ୍ଗରେ ଗୁରୁଗ୍ରାମର ଏକ୍ସ ସୋ’ରୁମ୍‌ ଦାମ୍‌ ୬,୮୭,୩୮୬ ଟଙ୍କାରେ ଉପଲବ୍ଧ ହୋଇଛି । ଭାରତରେ ଥିବା ବିଗ୍‌ ୱିଙ୍ଗ୍‌ ଟପ୍‌ଲାଇନ୍‌ ଓ ବିଗ୍‌ୱିଙ୍ଗ ସୋ’ରୁମ୍‌ରେ ଏହା ଉପଲବ୍ଧ ହୋଇଛି । ଗ୍ରାହକମାନେ କଂପାନିର ଅଫିସିଆଲ୍‌ ୱେବ୍‌ସାଇଟ୍‌ ପରିଦର୍ଶନ କରି କିମ୍ବା ୯୯୫୮୨୨୩୩୮୮କୁ ମିସଡ୍‌ କଲ୍‌ ଦେଇ ଅଧିକ ବିବରଣୀ ହାସଲ କରିପାରିବେ । ଚଜଋଝଝ ଜଋଖଋଇଝଋ ସିବି୫୦୦ଏକ୍ସରେ ଫୁଲ୍‌ ଏଲ୍‌ଇଡି ଲାଇଟ୍‌, ହୀରା ଆକୃତିର ଷ୍ଟିଲ୍‌ ଟ୍ୟୁବ୍‌ ଫ୍ରେମ୍‌, ଲମ୍ବା ଷ୍ଟ୍ରୋକ୍‌ର ୪୧ଏମ୍‌ଏମ୍‌ ସାମ୍ନା ସସ୍‌ପେନ୍‌ସନ୍‌, ହୋଣ୍ଡା ପ୍ରୋ ଲିଙ୍କ୍‌ ପଛ ସସ୍‌ପେନ୍‌ସନ୍‌, ଡୁଆଲ୍‌ ଚ୍ୟାନେଲ୍‌ ଏବିଏସ୍‌, ଡିସ୍‌ପ୍ଲେ ଏଲ୍‌ସିଡି ମିଟର, ୬ ସ୍ପିଡ୍‌ ଗିୟର୍‌ବକ୍ସ, ଆସିଷ୍ଟ୍‌/ସ୍ଲିପର୍‌ କ୍ଲଚ୍‌ ରହିଛି ।

Leave A Reply