ଓପୋ ଇଣ୍ଡିଆ ପକ୍ଷରୁ ଏଫ୍୧୯ ପ୍ରୋ ସିରିଜ୍ତ୍କ ୫ଜି ସହ ଓପୋ ବ୍ୟାଣ୍ଡ୍ ଷ୍ଟାଇଲ୍ ଉନ୍ମୋଚିତ
• ୨,୯୯୯ ଟଙ୍କା ମୂଲ୍ୟରେ ନିରନ୍ତର ଏନ୍ପିଓ୨ ମନିଟରିଂ ସୁବିଧା ଥିବା ଓପୋ ବ୍ୟାଣ୍ଡ୍ ଷ୍ଟାଇଲ୍ ଉନ୍ମୋଚିତ
• ଏଫ୍୧୯ ପ୍ରୋ ସିରିଜ୍ରେ ପ୍ରଯୁକ୍ତିର ଉକ୍ରର୍ଷ ସହ ଏଆଇର ଶକ୍ତି ଥିବା ଉଲ୍ଲେଖନୀୟ ଭିଡିଓଗ୍ରାଫି ପ୍ରଦର୍ଶନ, ସ୍ମାର୍ଟ ୫ଜି ଦକ୍ଷତା ଓ ୫୦ଡବ୍ଲୁ ଫ୍ଲାସ୍ ଚାର୍ଜ ସୁବିଧା ରହିଛି ଯାହା ଆପଣଙ୍କ ଜୀବନଶୈଳୀକୁ ସହଜ କରିବ
କଟକ: ବିଶ୍ୱର ଅଗ୍ରଣୀ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ୍ ଓପୋ ପକ୍ଷରୁ ଆଜି ଭାରତରେ ଏଫ୍୧୯ ପ୍ରୋ ସିରିଜ୍ ସ୍ମାର୍ଟଫୋନ୍-ଏଫ୍୧୯ ପ୍ରୋତ୍କ୫ଜି ଓ ଏଫ୍୧୯ ପ୍ରୋକୁ ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ଉତ୍ସବ ନ୍ୟୁକ୍ଲିୟାଙ୍କ ଶକ୍ତିପୂର୍ଣ୍ଣ ସଙ୍ଗୀତ ପ୍ରଦର୍ଶନ ସହ କୌଣସି ଯାଦୁକରୀ ମ୍ୟୁଜିକାଲ୍ ନାଇଟ୍ ଠାରୁ କମ୍ ନଥିଲା । ଯାହା ଏହି ରାତିଜୁ ଜୀବନ୍ତ କରିଥିଲା ଏବଂ ଦର୍ଶକମାନଙ୍କୁ ସେମାନଙ୍କ ରାତିକୁ ଉଜାଗର କରିବାକୁ ଅନୁପ୍ରାଣିତ କରିଥିଲା ।
ଧାରା ସୃଷ୍ଟିକାରୀ ମିନିମାଲିଷ୍ଟ ସ୍ଲିକ୍ ଉପରକଣ ହେଉଛି ପ୍ରଦର୍ଶିତ କରିହେଉଥିବା ଯୋଗ୍ୟ ପ୍ରଯୁକ୍ତିର ଏକ ସ୍ୱତନ୍ତ୍ର ସମିଶ୍ରଣ ଯାହା ଆପଣଙ୍କ ବ୍ୟକ୍ତିଗତ ଷ୍ଟାଇଲ୍ ଏବଂ ସ୍ପିଡ୍ର ଆବଶ୍ୟକତା ସହ ବେଶ୍ ଖାପ ଖାଇବ । ଏଫ୍୧୯ ପ୍ରୋ ସିରିଜ୍ ସହିତ ଓପୋ ପକ୍ଷରୁ ଓପୋ ବ୍ୟାଣ୍ଡ୍ ଷ୍ଟାଇଲ୍କୁ ମଧ୍ୟ ଉନ୍ମୋଚନ କରାଯାଇଛି ଯାହା ଆପଣଙ୍କ ଦୈନନ୍ଦୀନ ଜୀବନ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ବ୍ୟାୟାମ ସାଥୀ ଭାବେ ବେଶ୍ ଖାପ ଖାଇବ ।
ଯଦି ଆପଣ ଜଣେ ଭିଡିଓଗ୍ରାଫର୍ ହେବାକୁ ଅଭିଳାଷୀ କିମ୍ବା ସେଭଳି ଜଣେ ବ୍ୟକ୍ତି ଯିଏ ଆକର୍ଷଣୀୟ ଓ ସୁନ୍ଦର ପୋଟ୍ରେଟ୍ ସଟ୍ ଏବଂ ଭିଡିଓ ଉତ୍ତୋଳନ କରିବାକୁ ଭଲ ପାଉଛନ୍ତି ତେବେ ଓପୋ ଏଫ୍୧୯ ପ୍ରୋତ୍କ୫ଜିର ପଛକୁ ମୁହଁ କରିଥିବା ଏଆଇ ହାଇଲାଇଟ୍ସ୍ ପୋଟ୍ରେଟ୍ ଭିଡିଓକୁ ଧନ୍ୟବାଦ ଯାହା ଏହି କାର୍ଯ୍ୟକୁ ଅତି ସହଜରେ ଓ ବିଶ୍ୱାସର ସହିତ କରାଇବ ।
ଏହି ସ୍ମାର୍ଟଫୋନ୍ରେ ୪୮ ଏମ୍ପି କ୍ୱାଡ୍ କ୍ୟାମେରା, ୮ ଏମ୍ପି ୱାଇଡ୍ ଆଙ୍ଗେଲ୍ କ୍ୟାମେରା, ୨ ଏମ୍ପି ପୋଟ୍ରେଟ୍ ମୋନୋ କ୍ୟାମେରା, ୨ ଏମ୍ପି ମାକ୍ରୋ ମୋନୋ କ୍ୟାମେରା ରହିଛି । କ୍ୱାଡ୍ କ୍ୟାମେରା ସହିତ ଫୋନ୍ର ସ୍ମାର୍ଟ ୫ଜି ପ୍ରଯୁକ୍ତି ଆପଣଙ୍କୁ ଜଣେ ବିଶେଷଜ୍ଞ ଭିଡିଓଗ୍ରାଫର୍ରେ ତୁରନ୍ତ ପରିଣତ କରିବାର ପ୍ରତିଶ୍ରୁତି ଦେଉଛି ଯାହା ନିଜକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବା ଲାଗି ଆପଣଙ୍କ ପାଇଁ ସହାୟକ ହେବ ।
ଏକ ମଧ୍ୟମ ଧରଣର ସ୍ମାର୍ଟଫୋନ୍ରୁ ଗ୍ରାହକମାନେ ଯାହା ଆଶା କରନ୍ତି ଏଫ୍ ସିରିଜ୍ର ପ୍ରତି ପିଢ଼ିର ଉନ୍ମୋଚନ ବେଳେ ସେହି ସ୍ତର ଉର୍ଦ୍ଧକୁ ଉଠିଛି । ଏଆଇ ହାଇଲାଇଟ୍ ପୋଟ୍ରେଟ୍ ଭିଡିଓ, ସ୍ମାର୍ଟ ୫ଜି, ୫୦ଡବ୍ଲୁ ଫ୍ଲାସ୍ ଚାର୍ଜ ଏବଂ ଆମର ତତ୍ୱାବଧାନରେ ଥିବା ସିଷ୍ଟମ୍ ପର୍ଫର୍ମାନ୍ସ ଅପ୍ଟିମାଇଜର୍ ଓପୋ ଏଫ୍୧୯ ପ୍ରୋତ୍କ୫ଜିକୁ ବ୍ୟବହାର କରିବା ପାଇଁ ବେଶ ଉଲ୍ଲାସପୂର୍ଣ୍ଣ କରିଛି ବୋଲି ଓପୋ ମୋବାଇଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ମାର୍କେଟିଂ ଅଧିକାରୀ ଦମୟନ୍ତ ଖାନୋରିଆ କହିଛନ୍ତି । ସେ କହିଛନ୍ତି ଯେ, ହାର୍ଡଓୟାର୍ର ନିରବଚ୍ଛିନ୍ନ ସମନ୍ୱୟ ସହିତ କଲର୍ ଓଏସ୍ ୧୧.୧ ଅତୁଲ୍ୟ ବ୍ୟବହାର ଅନୁଭୂତି ପ୍ରଦାନ କରିବ ଯାହା ଏଫ୍୧୯ ପ୍ରୋତ୍କ୫ଜିକୁ ଏକ ବିଜେତାରେ ପରିଣତ କରିବ ବୋଲି ଆମର ବିଶ୍ୱାସ ରହିଛି ।’’