କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ

0 6,094

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‍ ଅନ୍ତର୍ଗତ କୋଟିଆ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପରୀକ୍ଷା ଆରମ୍ଭ  କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କୋଟିଆସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନଙ୍କର କରୋନା ପରୀକ୍ଷା ଆରମ୍ଭ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନଦ୍ୱାରା ବିବାଦୀୟ କୋଟିଆର ୨୧ଟି ଗ୍ରାମରେ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଏକ ସ୍ଥାୟୀ ଡାକ୍ତରଙ୍କ ସହ ୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।

Leave A Reply