ଗନ୍ଧଲପଡ଼ା:୧୭/୨: ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ କେନ୍ଦୁଝର, ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତର ଗନ୍ଧଲପଡ଼ା ଗାଁରେ ଲୋକମାନଙ୍କର ପ୍ରାଥମିକ ଚିକିତ୍ସା ନିମନ୍ତେ ଏକ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ କରାଯାଇଛି ।
ଗୁଆଲି ପଞ୍ଚାୟତ ସରପଞ୍ଚ ଶ୍ରୀମତି ପଦ୍ମାବତୀ ନାୟକ, ପଞ୍ଚାୟତ ସମିତି ମେମ୍ବର୍ ଶ୍ରୀମତି ବିମଳା ନାୟକ ଆନୁଷ୍ଠାନିକ ଭାବେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଗାଁ ମୁଖ୍ୟ ଶ୍ରୀଯୁକ୍ତ ଝରିଆ ମୁଣ୍ଡା, ଟାଟା ଷ୍ଟିଲ ବିଏସଏଲର ସିଏସଆର୍ ବିଭାଗ ପକ୍ଷରୁ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୟ ସର୍ଦ୍ଦାର, ଫିଲ୍ଡ କୋର୍ଡ଼ିନେଟର୍ ଦୀପକ୍ କୁମାର ମହନ୍ତଙ୍କ ସମେତ ବହୁ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।
କମ୍ପାନୀ ସିଏସ୍ଆର କାର୍ଯ୍ୟକଳାପର ଏକ ଅଂଶ ଭାବରେ ଶୁଭାରମ୍ଭ ହୋଇଥିବା ଏହି ମୋବାଇଲ୍ ୟୁନିଟ୍ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୨୦୦୦ ରୁ ଅଧିକ ଗ୍ରାମବାସୀଙ୍କ ପାଇଁ ଉପଯୋଗୀ ହୋଇପାରିବ । ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ରେ ଡାକ୍ତରଙ୍କ ସହ ଜଣେ ଫାର୍ମାସିଷ୍ଟ୍ ଏବଂ ଜଣେ ନର୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ଦ୍ୱାର ନିକଟରେ ପହଞ୍ଚି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବେ । ଏଥି ସହିତ ଏହି ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ ବିଭିନ୍ନ ସାଧାରଣ ରୋଗର ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବ । ଯାହାଫଳରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ଆଶା କରାଯାଉଛି ।
ସେପରି ପୂର୍ବରୁ ଜାନୁୟାରୀ ମାସରେ ଗଣ୍ଡଲପଡ଼ା ନିକଟସ୍ଥ କାହ୍ନୁ ସାହି, କଳମାଙ୍ଗ ଗ୍ରାମରେ ଏହି ସେବା ଅଭିଯାନ ଆରମ୍ଭ ହୋଇଥିଲା । ଯାହା ପ୍ରାୟ ୨୦୦୦ ଗ୍ରାମ ବାସିନ୍ଦାଙ୍କ ଗୃହ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇବା ସହିତ ବିଭିନ୍ନ ରୋଗ ଓ ତା’ର ନିରାକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଜାରୀ ରଖିଛି । ବର୍ତ୍ତମାନ ଏହି ସେବା ସ୍ଥାନୀୟ ଅଞ୍ଚଳର ମୋଟ୍ ୪୦୦୦ ବାସିନ୍ଦାଙ୍କ ନିକଟକୁ ପହଞ୍ଚି ପ୍ରାଥମିକ ଚିକିତ୍ସାର ସେବା ଯୋଗାଉଥିବାବେଳେ ଆଗକୁ ଅନ୍ୟ ପାଶ୍ୱବର୍ତ୍ତୀ ଅଞ୍ଚଳର ଗ୍ରାମକୁ ସମ୍ପ୍ରସାରିତ ହେବ ବୋଲି ଯୋଜନା ରହିଛି ।
ଟାଟା ଷ୍ଟିଲ ବିଏସ୍ଏଲ୍ ସମ୍ବନ୍ଧରେ-
ପୂର୍ବରୁ ଭୂଷଣ ଷ୍ଟିଲ୍ ଲିମିଟେଡ୍ ଭାବରେ ପରିଚିତ ଟାଟା ଷ୍ଟିଲ୍ ବିଏସ୍ଏଲ୍ ଲିମିଟେଡ୍ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ବାର୍ଷିକ ୫.୨ ମିଲିୟନ ଟନ୍ ଫ୍ଲାଟ ଷ୍ଟିଲ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସାରା ଭାରତବର୍ଷରେ ପଞ୍ଚମ ବୃହତ ଷ୍ଟିଲ୍ ଉଦ୍ୟୋଗ ଅଟେ । ଭାରତର ସବୁଠାରୁ ବୃହତ କୋଲ୍ଡ୍ ରୋଲ୍ଡ୍ ଷ୍ଟିଲ୍ କାରଖାନା ଏହାର ରହିଛି ଏବଂ ଅଟୋମେଟିଭ୍ ଗ୍ରେଡ୍ ଓ ଉଚ୍ଚ କାର୍ବନ ସମ୍ପନ୍ନ ସ୍ୱତନ୍ତ୍ର ଷ୍ଟିଲ୍ ଯୋଗାଣରେ ସାରା ଭାରତବର୍ଷରେ ଏହା ପ୍ରଥମ ଅଟେ । ୨୦୨୦ ଆର୍ଥିକ ବର୍ଷରେ ଏହା ୨,୪୧୪.୧୩ ମିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧୮,୧୯୯.୧୪ କୋଟି) ଟଙ୍କା ରାଜସ୍ୱ ହାସଲର ରେକର୍ଡ ଲାଭ କରିଛି । ସମୁଦାୟ ୫୭୦୦ କର୍ମଚାରୀଙ୍କ ସହିତ ଏହି ସଂସ୍ଥା ସାରା ଭାରତବର୍ଷରେ କାର୍ଯ୍ୟରତ ।
୨୦୧୮ ମସିହା ମଈ ମାସ ୧୮ ତାରିଖ ଦିନ ଟାଟା ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ନିଜସ୍ୱ ସହଭାଗୀ ସଂସ୍ଥା ବାମଣିପାଳ ଷ୍ଟିଲ୍ ଲିମିଟେଡ୍ର ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୂଷଣ ଷ୍ଟିଲ୍ ଲିମିଟେଡ୍କୁ ଅଧିଗ୍ରହଣ କରାଯାଇଥିଲା । ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ ସଂରକ୍ଷଣ ଦିଗରେ ଉନ୍ନତିମୂଳକ ପଦକ୍ଷେପ ପାଇଁ ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ଶକ୍ତି ସଂରକ୍ଷଣ ପୁରସ୍କାର-୨୦୨୦ ରେ ସମ୍ମାନୀତ କରାଯାଇଥିଲା । ସେପରି କଠିନ ବର୍ଜବସ୍ତୁ ପରିଚାଳନା ବର୍ଗରେ ନବମ ଆଇକନ୍ ଭାବରେ ପରିବେଶ ଉତ୍କର୍ଷତା ପୁରସ୍କାର-୨୦୧୯ରେ ସମ୍ମାନୀତ କରାଯାଇଥିଲା । ଖୋପୋଲି ପ୍ଲାଣ୍ଟ୍ ର ଉତ୍ତମ ପ୍ରଦର୍ଶନ ପାଇଁ ଓଡିଶା ଚାପ୍ଟର୍କୁ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଟାଟା ଷ୍ଟିଲ୍କୁ ପ୍ରଶଂସା ସହିତ ଜାତୀୟ ଶକ୍ତି ପରିଚାଳନା ପୁରସ୍କାର -୨୦୧୯ ପୁରସ୍କାର ପ୍ରଦାନ କରାଯାଇଥିଲା ।