ରାଜ୍ୟରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣର ୧୦୦ ବର୍ଷ ପୂର୍ତ୍ତି ସ୍ମରଣ ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ ମହାତ୍ମା
ଗାନ୍ଧିଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ସମାରୋହ ପାଳନ କରାଯିବ । ଏହି ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି । ଏହାଦ୍ୱାରା ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ରାଜ୍ୟରୁ ଯୁବପିଢ଼ି ଉଦ୍ବୁଦ୍ଧ ହୋଇପାରିବେ । ସୂଚନା ଯୋଗ୍ୟ ଗାନ୍ଧିଜୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି । ପ୍ରଥମ ଥର ପାଇଁ ସେ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସି କଟକ କାଠଯୋଡ଼ି ନଦୀ ବାଲିରେ ଆୟୋଜିତ ଏକ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.