ଭୁବନେଶ୍ୱର – ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ସରକାର ଭାଟ୍ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଉପରେ ୬ ପ୍ରତିଶତ ଏବଂ ଡିଜେଲ ଉପରେ ୨ ପ୍ରତିଶତ ଭାଟ୍ ବୃଦ୍ଧି ହୋଇଛି ।
ଶନିବାରରେ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାଟ୍ ବୃଦ୍ଧି ଫଳରେ ପେଟ୍ରୋଲ ଦଳ ଲିଟରପିଛା ୩ଟଙ୍କା ୧୧ ପଇସା ଏବଂ ଡିଜେଲ ଦର ୧ଟଙ୍କା ୩ ପଇସା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦଳ ଆଜିଠାରୁ ଲାଗୁ ହୋଇଛି ।