କରୋନା ନ ବ୍ୟାପିବା ପାଇଁ ନିଅନ୍ତୁ ଏହି ପଦକ୍ଷେପ – ସରକାର ଜାରି କଲେ ମାର୍ଗ ଦର୍ଶିକା

0 4,488

ମାସ୍କ ବ୍ୟବହାର କଲେ ଭଲ ମାତ୍ର କରୋନା ଭାଇରସ୍ ବ୍ୟାକ୍ଟେରିଆଠାରୁ ସାନା। ଏହା ମାସ୍କରେ ଥିବା ଛିଦ୍ର ମଧ୍ୟ ଦେଇ ଯିବାର ସମ୍ଭାବନା ଅଛି । ତେଣୁ ମାସ୍କ ବ୍ୟବହାର କରିବା ପରେ ଏହାକୁ ଠିକ୍‌ ବାବରେ ନଷ୍ଟ କରିବା ଆବଶ୍ୟକ ।

 

ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ଉଚିତ । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ ।

ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲଭାବରେଧୁଅନ୍ତୁ,

କାଶ, ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ୍‍ କିମ୍ବା ଟିସୁ ପେପରଦ୍ୱାରା ଘୋଡ଼ାଇ ରଖନ୍ତୁ ।

ବ୍ୟବହୃତ ଟିସୁ ପେପରକୁ ଯଥାଶୀଘ୍ର ଢାଙ୍କୁଣି ଥିବା ଡଷ୍ଟବିନ୍‍ରେ ପକାଇ ଦିଅନ୍ତୁ ।

ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତେବେ ଅନ୍ୟମାନଙ୍କ ସହ ମିଳାମିଶା ନ

କରି ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ ଡାକ୍ତରଖାନାକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ ।

ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ  ନାହିଁ ।

ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ ।

Leave A Reply