ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ, ୫ ଜଣଙ୍କର ମୃତ୍ୟୁ ସୂଚନା

0 3,842

ଭୁବନେଶ୍ୱର –  ବାତ୍ୟା ବୁଲ୍‍ବୁଲ୍‍ର ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ  ଫସଲ ନଷ୍ଟ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର  ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଟ୍‍ ନଷ୍ଟ ହୋଇଥିବା ଫସଲ  ମଧ୍ୟରୁ ୨ଲକ୍ଷରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ

ହୋଇଛି । ସେହିଭଳି ପାଞ୍ଚହଜାର ୫୦୦ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର ସଂଖ୍ୟା କମ୍‍ ରହିଛି ବୋଲି ସେ କହିଛନ୍ତି । ଗତକାଲି  ବାତ୍ୟା ବୁଲ୍‍ବୁଲ୍‍ ଦ୍ୱାରା ପ୍ରଭାବିତ ହୋଇଥିବା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପ୍ରାରମ୍ଭିକ କ୍ଷୟକ୍ଷତିର ଆକଳନ କରିବା ପରେ   ଏହି ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା ୪ରୁ ୫ ଦିନ  ମଧ୍ୟରେ ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ବାତ୍ୟାକୁ  ଦୃଷ୍ଟିରେ ରଖି ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ୮ହଜାର ୬୬୦ ଜଣ  ଲୋକଙ୍କୁ ନିଜ ନିଜ ଘରକୁ ଫେରାଇ ଦିଆଯାଇଛି । ସେହିପରି ବାତ୍ୟା   ବୁଲ୍‍ବୁଲ୍‍ରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଖବର  ଗଣମାଧ୍ୟମରେ ପ୍ରକାଶ  ପାଇଥିବା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବାତ୍ୟାରେ ତିନି

ଜଣଙ୍କର ମୃତ୍ୟୁ ହୋଇଛି, ମାତ୍ର ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର କହିଛନ୍ତି ।

 

ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବୁଲ୍‍ବୁଲ୍‍ ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଦେଖିବେ । ଏହାପରେ ଆଜି ସନ୍ଧ୍ୟାରେ ବୁଲ୍‍ବୁଲ୍‍ ପରବର୍ତ୍ତୀ ପୁନରୁଦ୍ଧାର ଓ ସହାୟତା ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply