ଭୁବନେଶ୍ୱର – ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ
ନାହିଁ । କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ ବୋଲି ସରକାରୀଭାବେ କୁହାଯାଇଛି । ଗାଡିଚାଳକମାନେ ଗାଡିର କାଗଜପତ୍ର ସାଙ୍ଗରେ ନ ନେଇ ଡିଜି ଲକ୍ର
ଓ ଏମ୍ ପରିବହନ ଆପ୍ରେ ସେହିସବୁ କାଗଜପତ୍ର ଫଟୋ ଦେଖାଇପାରିବେ ।
ଏ ନେଇ ସବୁ ଜିଲ୍ଲାର ଏସ୍.ପି.ମାନଙ୍କୁ ପରିବହନ କମିଶନରଙ୍କ ପକ୍ଷରୁ ଚିଠି କରାଯାଇଛି । ସୂଚନାଯୋଗ୍ୟ, ଦେଶରେ ନୂତନ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ସରକାର ତାହାକୁ କଡାକଡି ଭାବେ ପାଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଡି ଚାଳକଙ୍କ ସୁବିଧା ଲାଗି ଅନେକ ପଦକ୍ଷେପମାନ ଗ୍ରହଣ କରି ଏବେ ଏମ୍ ପରିବହନ ଆପ୍ ଖୋଲିଛନ୍ତି ।